Site icon Awaj Media

ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ବିଶାଳ ମହିଳା ସମାବେଶ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ଦିନକୁ ଦିନ ପଦାରେ ପଡ଼ିବାରେ ଲାଗିଛି । ଗତ ମାସ ୨୩ ତାରିଖରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ବାଲୁଗାଁ ଠାରେ କର୍ମୀ ସମ୍ମିଳନୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ଉପରେ ବର୍ଷିଥିବା ବେଳେ ବିଜେଡ଼ି ସାଂସଦ ପିନାକୀ ମିଶ୍ର, ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ , ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ମାନସ ପ୍ରଧାନ କାର୍ଯ୍ୟଶୈଳୀ ଉପରେ ଉଠାଇଥିଲେ ପ୍ରଶ୍ନ । ଏହାକୁ ନେଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଠାରେ ବିରାଟ ପ୍ରତିବାଦ ଶୋଭାଯାତ୍ରା ବାହାରି ଗାନ୍ଧୀ ଛକଠାରେ ପହଞ୍ଚିଥିଲା । ସେଠାରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଙ୍କ କୁଶ ପୁତ୍ତଳିକା କୁ ଦାହ କରିଥିଲେ । ଶ୍ରୀ ସାହୁ ବିଜେପି ସହିତ ମିଶି ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କୁ ବିଜେଡ଼ି ଦଳରୁ ବହିଷ୍କାର କରାଯାଉ ବୋଲି ଦଳର ସୁପ୍ରିମୋ ଙ୍କ ଉଦେଶ୍ୟ ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ବିଶାଳ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି । ଯେଉଁଥିରେ ଶତାଧିକ ମହିଳା କର୍ମୀମାନେ ଯୋଗ ଦେଇଛନ୍ତି ।

ତେବେ ବିଗତ ୧୨ ଦିନ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ସାହୁ ଚିଲିକା ନିର୍ବାଚନ ମଣ୍ଡଳୀର ତିନି ଗୋଟି କର୍ମୀ ସମ୍ମିଳନୀ କରି ବିଜେଡି ଦଳର ବିରୋଧୀ ଗୋଷ୍ଠୀଙ୍କୁ କଡା ସମାଲୋଚନା କରିଥିବା ବେଳେ , ଗତମାସ ୩୦ ତାରିଖରେ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ ଏବଂ ଆଜି ପୁଣି ବିଶାଳ ମହିଳା ସମ୍ମିଳନୀ କରି ପୂର୍ବ କଥାକୁ ଦୋହରାଇଛନ୍ତି । ବିଜେଡି ଦଳରେ ଏପରି ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ଜଳଜଳ ହୋଇ ଦିଶୁଥିବା ବେଳେ , ଶ୍ରୀ ସାହୁ ବାରମ୍ବାର କର୍ମୀ ସମ୍ମିଳନୀ କରି ବିରୋଧିଙ୍କୁ ଚିନ୍ତାରେ ପକାଇଛନ୍ତି ! ଯାହାକି ଏବେ ସାଧାରଣରେ ଆଲୋଚନା ହେଉଛି । ତେବେ ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ବିଜେଡ଼ି କର୍ମୀମାନଙ୍କୁ ନିଜ ଅକ୍ତିଆରରେ ରଖିବା ଲାଗି ପୂର୍ବତନ ବିଧାୟକ ଶ୍ରୀ ସାହୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏପରି ସ୍ଥଳେ ଆଜି ପୁଣି ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ସଭାପତିତ୍ୱରେ ଏକ ବିଶାଳ ମହିଳା କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, ବୈଜୟନ୍ତି ଖୁଣ୍ଟିଆ, ଲିଲି ସୁବୁଦ୍ଧି , ଦେବେନ୍ଦ୍ର ସମାନ୍ତସିଂହର, ରମେଶ ଚନ୍ଦ୍ର ମହାପାତ୍ର ଆଦି ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Exit mobile version