Site icon Awaj Media

60 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡା ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ପଡିଆ ଠାରେ 60 ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଏ.ଏସ.ପି ବାମଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଭିନ୍ନ ସମୟରେ ଗୃହରକ୍ଷୀ ମାନେ ପୋଲିସ ବାହିନୀ କୁ ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି ।ବନ୍ୟା ବାତ୍ୟା ଉଦ୍ଧାର ରିଲିଫ ଯୋଗାଣ, କୋଭିଡ଼ ମହାମାରୀ, ଗାଡି ଘର ପୋଡି ଦୁର୍ଘଟଣା ଭଳି ଜରୁରୀ କାଳୀନ ପରିସ୍ଥିତି ଏବଂ ଟ୍ରାଫିକ ନିୟନ୍ତ୍ରଣ, ପ୍ରହରା, ଗାର୍ଡ ଡିୟୁଟି ପ୍ରଭୂତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇଥାନ୍ତି । ଏଥି ସହ ସମାଜର ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କୁ ସୁରକ୍ଷା ଦେବା ସହ ସଂପ୍ରଦାୟିକ ସଦଭାଵ ରକ୍ଷା କରିବା । ଏହାପରେ ମହା ମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଗୃହ ସଚିବ ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ପୋଲିସ ମହା ନିର୍ଦ୍ଦେଶକଙ୍କ ପ୍ରେରିତ ବାର୍ତ୍ତା ପଠନ କରିଥିଲେ । ଅନ୍ୟ ପକ୍ଷେ ନିଜ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରି ଜିଲ୍ଲାର ଶ୍ରେଷ୍ଠ ବିବେଚିତ ହୋଇ ଥିବା 4 ଜଣ ଗୃହରକ୍ଷୀ ଜଗନ୍ନାଥ ଶତପଥୀ , ରାଜୁ ପାଡାଲ୍ , ବିଜୟ ଚନ୍ଦ୍ର ମହାପାତ୍ର, ଗୋପାଳ କୃଷ୍ଣ ପଟ୍ଟନାୟକ, ଡିଜିପି ଡିସ୍କ ଆୱାର୍ଡ ଅନ୍ତର୍ଗତ ବ୍ରୋଞ୍ଚ ମେଡାଲ ପାଇବା ପାଇଁ ବିବେଚିତ ହୋଇଥିବା ଘୋଷଣା କରିଥିଲେ । ପ୍ୟାରେଡ଼ କାର୍ଯ୍ୟକ୍ରମକୁ ଗୃହରକ୍ଷୀ ବାହିନୀର ରାଜୁ ପାଡାଲ୍ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ OSAP କମଣ୍ଡଣ୍ଟ ଜୁରିୟା ବେହେରା, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଡି ଏସ ପି ଆର.କେ ଦାସ, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ଡି ଏସ ପି ଏଲ କେ ଆଚାରି, ଡି ଏସ ପି ପି କେ ବୁରୁଦା, ଆର ଅଇ ହୋମ ଗାର୍ଡ ଏସ କେ ଜେନା, ଆର ଆଇ ଡମ୍ବୁରୁଧର ହାନାଗା, ବହୁ ପୋଲିସ କର୍ମଚାରୀଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Exit mobile version