Site icon Awaj Media

ଜିଲ୍ଲା ପ୍ରଶାସନ ଯୋଗୁଁ ବଞ୍ଚିବାର ରାହା ପାଇଲା ଅସହାୟ ଶିଶୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଏକ ବିଶେଷ ସୁତ୍ର ରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଖବର ମିଳିଲା ଯେ ଗୁମା ବ୍ଲକ ର ଏକ ସାତ ବର୍ଷ ର ଶିଶୁ ଯାହାଙ୍କର ପିତା ଙ୍କ ମୃତ୍ୟୁ ପରେ ତାଙ୍କର ମା ଛାଡି କେଉଁଆଡେ ପଳାଇ ଯାଇଛନ୍ତି ଏବଂ ଶିଶୁ ଜଣକ ଏଣେ ତେଣେ ବୁଲୁଛନ୍ତି । ତାଙ୍କର 70 ବର୍ଷ ର ଜେଜେ ମା କିଛି କରି ପାରୁ ନାହାଁନ୍ତି । ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ତୁରନ୍ତ ସହାୟତା ପାଇଁ ଚାଇଲଡ ଲାଇନ କୁ ଜଣାଇଥିଲେ । ଚାଇଲଡ ଲାଇନ ଦୁଇ ଦିନ ଖୋଜିବା ପରେ ଶିଶୁଙ୍କୁ ଉଧାର କରି ଶିଶୁ କଲ୍ୟାଣ ସମିତି ନିକଟରେ ହାଜର କରିବା ପରେ ଶିଶୁ କଲ୍ୟାଣ ସମିତି ଶିଶୁ ଙ୍କ ବିଷୟ ଜାଣିବା ପରେ ରେ ତାଙ୍କୁ ଆର ସୀତାପୁରର ଶୀ ଜଗନ୍ନାଥ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିଛନ୍ତି । ଶିଶୁଙ୍କର ମାଗଣାରେ ଖାଇବା ରହିବା ଓ ପଢିବା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବା ସହ ଶିଶୁ ର ସମସ୍ତ ଦାୟିତ୍ୱ ନେଲା ଜିଲ୍ଲା ପ୍ରଶାସନ ।

Exit mobile version