Site icon Awaj Media

ମହିଳା ସ୍ନାତକ ମହାବିଦ୍ୟାଳୟରେ ନୂତନ ଭୋଟର ପଞ୍ଜିକରଣ ତାଲିକା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ ନିର୍ବାଚନ ଦାୟିତ୍ୱରେ ଥିବା ଶିବ କୁମାର , ଚିରଞ୍ଜିବ, ଉମାପତି ଯୋଗ ଦେଇ 2005 ଅକ୍ଟୋବର ମାସ 10 ସୁଦ୍ଧା ଜନ୍ମ ଗ୍ରହଣ କରିଥିବା ନୂତନ ଭୋଟର ମାନଙ୍କୁ ଫର୍ମ ପ୍ରଦାନ କରି ଆଗାମୀ ନିର୍ବାଚନ ନିମନ୍ତେ ନାମ ପଞ୍ଜିକରଣ କରିବାରେ ଛାତ୍ରୀମାନଙ୍କୁ ସହଯୋଗ କରିଥିଲେ । ପ୍ରାୟ 60 ଜଣ ଛାତ୍ରୀଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ କୁ ଏନଏସଏସ ବିଭାଗୀୟ ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ପରିଚାଳନା କରିଥିଲେ ।

Exit mobile version