Site icon Awaj Media

ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ଉପଲକ୍ଷେ ସୁବା ରାଓ ସମ୍ମାନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଳିପଡ଼ା ଗ୍ରାମର କବି ପ୍ରସନ୍ନ ପାଟଶାଣୀ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ପ୍ରୋଜେକ୍ଟ ପଏଣ୍ଟ, ଖୋର୍ଦ୍ଧା ଏବଂ ନେହେରୁ ଯୁବକେନ୍ଦ୍ର , ଖୋର୍ଦ୍ଧାର ମିଳିତ ଅନୁକୁଲ୍ୟରେ ” ଅନ୍ତର୍ଜାତିୟ ସ୍ୱେଚ୍ଛାସେବୀ ଦିବସ ” ପାଳନ କରାଯାଇଛି I ଅଧ୍ୟକ୍ଷ ମିହିର ଚନ୍ଦ୍ର ମହାପତ୍ରଙ୍କ ସଭାପତିତ୍ୱରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଲକ୍ଷ୍ମୀକାନ୍ତ ପାଇକରାୟ , ଅଧ୍ୟାପକ ଲକ୍ଷ୍ମୀଧର ଶ୍ରୀଚନ୍ଦନ, ଅଧ୍ୟାପକ ମଳୟ ଚନ୍ଦ୍ର ମହାପାତ୍ର, ପ୍ରାଣେଶ୍ୱର ଜୟସିଂ, ବରିଷ୍ଠ ସମାଜସେବୀ ରାମ ନାରାୟଣ ଦାସ, ଜାତୀୟ ଯୁବ ପୁରସ୍କାର ବିଜେତା ଦାଶରଥି ଶ୍ରୀଚନ୍ଦନ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ I ଆଜିର ସମାଜକୁ ସ୍ଵଛ ଓ ପରିମଳ ରଖିବାରେ ଯୁବ ସ୍ୱେଚ୍ଛାସେବୀ ମାନଙ୍କର ସହଯୋଗ ନିତ୍ୟାନ୍ତ କାମ୍ୟ ବୋଲି ଅଧ୍ୟାପକ ଲକ୍ଷ୍ମୀକାନ୍ତ ପାଇକରାୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ I ” ମାନବ ସେବା ହିଁ ମାଧବ ସେବା”, ଛାତ୍ରଛାତ୍ରୀ ମାନେ ନିଜ ନିଜର ଶିକ୍ଷାଲାଭ ଶେଷ କରି ଆମ ସମାଜରେ ଜଣେ ଜଣେ ଅଗ୍ରଣୀ ଦେଶ ସେବକ ହୋଇ ସମସ୍ତଙ୍କର ସେବା କରିବାକୁ ଅଧ୍ୟାପକ ଲକ୍ଷ୍ମୀଧର ଶ୍ରୀଚନ୍ଦନ ମତବ୍ୟକ୍ତ କରିଥିଲେ I ଏହି ଅବସରରେ ଜିଲ୍ଲାର ବିଭିନ୍ନ ବର୍ଗର ଅନୁଷ୍ଠାନରୁ 10 ଜଣ ଯୁବ ପ୍ରତିଭାଙ୍କୁ ଡ଼ଃ ଏସ.ଏନ . ସୁବାରାଓ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ନଭେମ୍ବର ମାସରେ ପ୍ରୋଜେକ୍ଟ ପଏଣ୍ଟ, ଖୋର୍ଦ୍ଧା ତରଫରୁ ତ୍ରିପୁରା ରାଜ୍ୟକୁ ଯାଇ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଭାଗ ନେଇଥିବା 7 ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା I ପରିଶେଷରେ ପ୍ରୋଜେକ୍ଟ ପଏଣ୍ଟ, ଖୋର୍ଦ୍ଧାର ମୁଖ୍ୟ ସଂଗ୍ରାମ କେଶରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ I

Exit mobile version