Site icon Awaj Media

ନୟାଗଡରେ ଜିଲ୍ଲା ସ୍ତରୀୟ SDG ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ପ୍ରଶାସନ ଏବଂ ନୟାଗଡ଼ ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନ ଠାରେ ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀ ର ରୂପାୟନ ନେଇ ନୟାଗଡ଼ ଜିଲ୍ଲା ସ୍ତରୀୟ ଏକ ଦୁଇ ଦିନିଆ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଙ୍କ ଭାଗିଦାରୀ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଏଥି ସହିତ ନିରନ୍ତର ବିକାଶ ଲକ୍ଷ୍ୟର ୧୭ ଟି ଲକ୍ଷ୍ୟ, ୯ ଟି ବିଷୟ ବସ୍ତୁକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତି କରିବା ପାଇଁ କହିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ କୃଷ୍ଣମୋହନ ଖଟାଇ ନିରନ୍ତର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଏକାଭିମୁଖୀ ହେବା ଏବଂ ସମସ୍ତ ଗ୍ରାମ ପଞ୍ଚାୟତ ର ସାମୁହିକ ବିକାଶ ଉପରେ ଗୁରୁତ୍ଵ ଦେବା ପାଇଁ ପ୍ରକାଶ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟ ଏହି ସବୁ ଯୋଜନାକୁ ତୃଣମୂଳ ସ୍ତରରେ କିଭଳି ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇ ପାରିବ ସେ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। DPMUର ଉପ ନିର୍ଦ୍ଦେଶକ ବିଦ୍ୟାଧର ନାୟକ ପ୍ରଶିକ୍ଷାର୍ଥୀଙ୍କୁ SDG ( sustainable Development Goal ) କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍କିମ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଶିବିରରେ ରାଜ୍ୟ ଯୋଜନା ଏବଂସଂଯୋଜନ ବିଭାଗର ସହକାରୀ ନିର୍ଦ୍ଦେଶକ ଅର୍ଚ୍ଚିତା ଦାଶ, ସହକାରୀ ନିର୍ଦ୍ଦେଶକ ଡ. ଉପାସନା ମହାପାତ୍ର, ପ୍ରଦିପ ପଣ୍ଡା ଉପସ୍ଥିତ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ SDG ( sustainable Development Goal ) ଉପରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ , ବିଡିଓ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ, SDG ପରାମର୍ଶଦାତା ଦୋଳଗୋବିନ୍ଦ ପଣ୍ଡା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଆସନ୍ତା କାଲି ସମସ୍ତ ପ୍ରଶିକ୍ଷାର୍ଥୀ ନୟାଗଡ଼ ବ୍ଳକର ବିରୁଡ଼ା ପଞ୍ଚାୟତ ଏବଂ ଓଡ଼ଗାଁ ବ୍ଳକର ନନ୍ଦିଘୋର ପଣାସହାୟତା କୁ କ୍ଷେତ୍ର ପରିଦର୍ଶନରେ ଯାଇ ପରୀକ୍ଷାମୂଳକ ପ୍ରମାଣ ଭିତିତଥ୍ୟ ଆଧାରରେ ତାଲିମ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଅଛି ।

Exit mobile version