Site icon Awaj Media

ବାରବାଟୀ ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଘରେ ଶୋଇଥିବା ସମୟରେ ଅଚାନକ ଲାଗିଲା ନିଆଁ ! ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତ ବାରବାଟୀ ଗ୍ରାମରେ କାଲି ବିଳମ୍ବିତ ରାତିରେ କୁମାର ପ୍ରଧାନ ଏବଂ ବସନ୍ତ ପ୍ରଧାନ ଙ୍କ ଘରେ ସମସ୍ତେ ଶୋଇଥିବା ସମୟରେ ଇଲେକ୍ଟ୍ରିକାଲ ସର୍ଟ ହୋଇ ନିଆଁ ଲାଗି ଘରର ସମସ୍ତ ମୂଲ୍ୟବାନ ଜିନିଷ ପୋଡି ନଷ୍ଟ ହୋଇଯାଇଛି ! ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ବେଳେ , କୁମାର ପ୍ରଧାନ ଓ ବସନ୍ତ ପ୍ରଧାନଙ୍କ ସମେତ ସମସ୍ତ ପରିବାର ବର୍ଗ ସୁରକ୍ଷିତ ଅଛନ୍ତି । ନିଆଁ ଲାଗିବା ଦ୍ୱାରା ଉଭୟଙ୍କର ୩ ବଖରା ଘର ଓ ସମସ୍ତ ଦରକରୀ କାଗଜ ପତ୍ର ସହ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନକାଣ୍ଡ ସମ୍ପର୍କରେ ଖବର ପାଇ , ଘଟଣା ସ୍ଥଳରେ ଭାପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ! ଭାପୁର ବ୍ଲକ ର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ , ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ସଭ୍ୟ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଅଗ୍ନି ବିପନ୍ନ ଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

 

Exit mobile version