ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ୍ ଫାସୀଓଦା ପଞ୍ଚାୟତ କୋଟପଲ୍ଲl ଗ୍ରାମ ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଥପ୍ରାନ୍ତ ନାଟକ ଦ୍ଵାରା ଅଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବୋଲଗଡ଼ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ବନରକ୍ଷୀ ଅରୂପ କୁମାର ବେହେରା ,ନେପାଳ ଲେଙ୍କା , ମାନସ ବୈରୀଗଞ୍ଜନ, ସନ୍ତୋଷ ମାର୍ଥା ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହି ଲୋକ ମାନଙ୍କୁ ଜଙ୍ଗଲରେ ନିଆଁ ନିବାରଣ ପାଇଁ ସଚେତନ କରିଥିଲେ । ଭୁବନେଶ୍ୱର କଳାକାର ମାନଙ୍କ ଦ୍ଵାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା । ସେହିପରି ଖଙ୍ଗୁରିଆ ପଞ୍ଚାୟତର ହରିପୁର ଗ୍ରାମରେ ମଧ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବାନପାଳ ଜଙ୍ଗଲ ଓ ପରିବେଶ ସୁରକ୍ଷା ଓ ଜଙ୍ଗଲ ସୃଷ୍ଟି ହେଲେ କିଭଳି ଜନସାଧାରଣଙ୍କ ଉପକୃତ ହେବେ ସେନେଇ ଲୋକମାନଙ୍କୁ ବୁଝାଇ କହିଥିଲେ । ଏହିଭଳି କାର୍ଯ୍ୟକ୍ରମ ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ପ୍ରତ୍ୟେକ ଗ୍ରାମର ଜନ ସାଧାରଣ ମାନଙ୍କ ପାଖରେ ସଚେତନତା କରାଯିବା ପାଇଁ ବନପାଳ ଶ୍ରୀ ପଟ୍ଟନାୟକ କହିଥିଲେ । ବୋଲଗଡ ବନ ବିଭାଗ ପକ୍ଷରୁ ଏହି ଭଳି ସଚେତନତା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ଜଙ୍ଗଲ ଓ ପରିବେଶ ବିଭାଗର ପଥପ୍ରାନ୍ତ ନାଟକ ଦ୍ଵାରା ଅଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମ !!!

