Site icon Awaj Media

ଶ୍ରୀରାମ ଚରିତ ମାନସ ପାରାୟଣ ଜ୍ଞାନ ଯଜ୍ଞ ମହୋତ୍ସବ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୁଯ୍ୟକାନ୍ତ ଦଳାଈ : ପୁରୀ ଜିଲ୍ଲା କଣାସ ବ୍ଲକ ସହନା ଗ୍ରାମରେ ଶ୍ରୀ ଶ୍ରୀ ବାବା ଲୋକନାଥ ଦେବଙ୍କ ପ୍ରାଙ୍ଗଣରେ ୫ ଦିନ ବ୍ୟାପି ଶ୍ରୀରାମ ଚରିତ ମାନସ ପରାୟଣ ଜ୍ଞାନ ଯଜ୍ଞ ମହୋତ୍ସବ ମହା ଆଡ଼ମ୍ବରର ସହିତ ପାଳନ ହେଉଛି ! ସୂର୍ଯ୍ୟ ପୂଜା , ଜଳା ଭିସେକ , ପୂର୍ଣ୍ଣାହୂତି ମହା ଆଡମ୍ବରରେ ଆୟୋଜିତ ହୋଇଥିଲା ! ଏହି ଅବସରରେ କର୍ତ୍ତା ପ୍ରଦୀପ ସାମନ୍ତରାୟ , ରୀନା ସାମନ୍ତରାୟ , କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ସେବା ସମିତି ସହନା ସଭାପତି – ସୁକାନ୍ତ କିଶୋର ସାମନ୍ତରାୟ , ମନୋଜ କୁମାର ମହାପାତ୍ର , ଦିଲୀପ କୁମାର ପ୍ରଧାନ, ଦୁଃଶାସନ ବରାଳ , ସୁମନ୍ତ କୁମାର ମହାପାତ୍ର , ବିଚିତ୍ର ପ୍ରଧାନ , ଦୁଷ୍ମନ୍ତ କୁମାର ଜେନା , ଧନେଶ୍ୱର ବରାଳ , ଜିତେନ୍ଦ୍ର ମହପାତ୍ର ଓ ଅନ୍ୟାନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version