ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ନୂଆଗଡ ଗ୍ରାମର ଲକ୍ଷ୍ମୀଧର ସୁର ଙ୍କ ସାନ ଝିଅ ଜୁନାଲି ସୁର ! ବାଲୁଗାଁ କଲେଜ ର ସ୍ନାତକ ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି ଜୁନାଲି । ଭଲ ପାଠ ପଢୁଥିବା ବେଳେ ପିଲାଟି ଦିନରୁ ତାଙ୍କ ପାଖରେ ରହିଛି ଆଉ ଏକ ନିଆରା ପ୍ରତିଭା , ନିଜର ଓଡ଼ିଶୀ ନୃତ୍ୟ ପରିବେଷଣ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ପାଲଟିଛନ୍ତି ପ୍ରଶଂସା ର ପାତ୍ର । ଅକ୍ଟୋବର ୨୪ ତାରିଖରେ କଲେଜ ଏନ୍ଏସଏସ ତରଫରୁ ବାଙ୍ଗାଲୋର ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଏନ୍ ଆଇ ସି କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଭୁବନେଶ୍ଵର, ବାରିପଦା, ବ୍ରହ୍ମପୁର ପରି ଅନେକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜୁନାଲି । ବିନା ପ୍ରଶିକ୍ଷଣ ରେ ଏପରି ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସମସ୍ତଙ୍କ ପାଖରେ ଅସମ୍ଭବ ହୋଇଥିବା ବେଳେ ଜୁନାଲିଙ୍କ ପାଖରେ ଏହା ସମ୍ଭବ ହୋଇ ପାରିଛି । ଆଗାମୀ ଦିନରେ ରାଜ୍ୟ ତଥା ଅନ୍ତର୍ଜାତୀୟ ସ୍ଥରରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଗୈାରବ ଆଣିବା ଓ ନିଜ ଅଞ୍ଚଳରେ ଏକ ନାଟ୍ୟ ଏକାଡେମୀ ଖୋଲିବା ପାଇଁ ସ୍ଵପ୍ନ ରଖିଥିବା ଜୁନାଲି ଦୃଢତାର ସହ କହିଛନ୍ତି ।
ଓଡ଼ିଶୀ ନୃତ୍ୟ ପରିବେଷଣ ରେ ଜଣାଶୁଣା ବାଲୁଗାଁ ନୂଆଗଡ ଗ୍ରାମର ଝିଅ ଜୁନାଲି !!!

