Site icon Awaj Media

ବାଣପୁର ମାଟିରେ ତିଆରି ହୁଅନ୍ତି ମହିଳା ଖେଳାଳି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ମା ଭଗବତୀ ରୁରାଲ ସ୍ପୋର୍ଟ୍ସ ଏକାଡୋମୀ ର କୋଚ ବିଭୂ୍ଧେନ୍ଦୁ ମାନସିଂ ଙ୍କ ଅକ୍ଲାନ୍ତ ପରିଶ୍ରମ ବେଶ୍ ଜନାଦୃତ । ଆଜିକୁ ପ୍ରାୟ ଦଶ ବର୍ଷ ରୁ ଉର୍ଦ୍ଧ ହେବ ଭଲିବଲ୍ ଖେଳ ପ୍ରଶିକ୍ଷଣ ଦେଇ ବାଣପୁର ଅଞ୍ଚଳ ରୁ ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ଝିଅ ମାନଙ୍କୁ ଭଳିବଲ ଗେମ୍ ରେ ଜାତୀୟ ସ୍ଥରରେ ପହଞ୍ଚିବାର କୃତିତ୍ବ ହାସଲ କରିଛନ୍ତି । ପ୍ରଶିକ୍ଷଣ ପ୍ରାପ୍ତ ମହିଳା ଖେଳାଳି ମାନେ ଅନେକ ଜିଲ୍ଲା ଓ ରାଜ୍ୟ ସ୍ତରରେ ଖେଳୁଥିବାର ନଜରକୁ ଆସିଛି l ଏବେବି କୋଚ ବିଭୁ୍ଧେନ୍ଦୁ ମାନସିଂ ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି ଅନେକ ଛାତ୍ରୀ l କିନ୍ତୁ ବିନା ପାରିଶ୍ରମିକରେ ପ୍ରଶିକ୍ଷଣ ଦେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ମହିଳା ଭଲିବଲ୍ କୋଚ ବିଭୁଧେନ୍ଦୁ ମାନସିଂହ । ବାଣପୁର ମାଟିକୁ ଗୌରବାନ୍ଵିତ କରିବା ସହିତ କ୍ରୀଡା କ୍ଷେତ୍ରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି l ସେ ଜଣେ ଜାତୀୟ ସ୍ତରର ରେଫରୀ, ଫିଜିକାଲ ଏଜୁକେସନ ଟିଚର ସାଙ୍ଗକୁ ଫିମେଲ କୋଚିଂରେ ଓଡିଶାରେ ବେଶ ଜଣାଶୁଣା l ହେଲେ ବାଣପୁର ଭଳି ଏକ ଛୋଟ ସହରରେ ଖେଳ କୁଦ ଓ ଭିତ୍ତିଭୂମି ଅଭାବ ରହିଥିବା ହେତୁ ଗ୍ରାମାଞ୍ଚଳ ରୁ ପିଲାମାନେ ସୁବିଧା ସୁଯୋଗ ପାଇବାରେ ସକ୍ଷମ ହେଉନାହାନ୍ତି l ତେଣୁ ସରକାର କ୍ରୀଡାର ବିକାଶ କ୍ଷେତ୍ରରେ ଯଥେଷ୍ଟ ଧ୍ୟାନ ଦେଉଥିବା ବେଳେ ବାଣପୁର ପ୍ରତି ଅବଶ୍ୟ ଦୃଷ୍ଟି ଯଦି ପଡ଼ନ୍ତା ହୁଏତ ମହିଳା ଭଲିବଲ୍ ଖେଳାଳି ମାନେ ଅନ୍ତତଃ ସୁବିଧା ସୁଯୋଗ ପାଇପାରନ୍ତେ । ନିଜ ଜନ୍ମମାଟି ବାଣପୁର ସହିତ ରାଜ୍ଯ ତଥା ଦେଶର ସୁନାମ ଅର୍ଜନ କରିପାରିବେ ବୋଲି ଆଶା ରଖିଛନ୍ତି ଜନସାଧାରଣ l ଆଶା ସତରେ ଆଶାରେ ରହି ନ ଯାଉ, ରାଜ୍ଯ ସରକାର ଏହି ଗ୍ରାମାଞ୍ଚଳ କ୍ରୀଡ଼ାପ୍ରେମୀଙ୍କର ଓ ଖେଳାଳି ମାନଙ୍କର କର୍ଣ୍ଣଧାର ସାଜନ୍ତୁ ।

Exit mobile version