ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାକୁ ଘେରି ମୁକ୍ତ କରିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଗତ ଦୁଇ ଦିନ ତଳେ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆଦେଶ ଅନୁସାରେ ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ ଓ ଫିସାରି ଡିଏଫ୍ ଶଶାଙ୍କ ଶେଖର ସାହୁଙ୍କ ମିଳିତ ନେତୃତ୍ୱରେ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେଇଛି । ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ସଦଳବଳେ ଚିଲିକାର ବାଲୁଗାଁ ଜେଟି ଠାରୁ କଳିଯୁଗେଶ୍ୱର ପାହାଡ଼ ପର୍ଯ୍ୟନ୍ତ ଥିବା ୧୦୫ ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରିକୁ ଉଚ୍ଛେଦ କରିଥିଲେ । ଉକ୍ତ ଘେରିରେ ବ୍ୟବହୃତ ହୋଇଥିବା ୭୫ କ୍ଵିଣ୍ଟାଲ ସରୁ ଆଲିମ ଜାଲକୁ ଜବତ କରିଥିଲେ । ଜବତ ହୋଇଥିବା ଜାଲ ଓ ବାଉଁଶ ବାଡିକୁ ସଂଗ୍ରହ କରି ବାଲୁଗାଁ ରାଜସ୍ବ ବିଭାଗ କାର୍ଯ୍ୟାଳୟ ଠାରେ ପୋଡ଼ି ଦିଆଯାଇଥିଲା । ଏହି ଉଚ୍ଛେଦ ଅଭିଯାନ ଆଗକୁ ଜାରି ରହିବ ବୋଲି ତହସିଲଦାର ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ୨୫ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ ।
ଚିଲିକାରେ ୧୦୫ ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ !!!

