Site icon Awaj Media

ସଖି- ଓ୍ବାନ୍ ସ୍ଟପ୍ କେନ୍ଦ୍ର ଆନୁକୂଲ୍ୟରେ “ମହିଳା ଓ କନ୍ୟା ହିଂସା ” ବିରୋଧୀ କର୍ମଶାଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଜପତି ଜିଲ୍ଲା ସଖି – ଓ୍ବାନ୍ ଷ୍ଟପ୍ କେନ୍ଦ୍ର ଆନୁକୂଲ୍ୟରେ ” ମହିଳା ଓ କନ୍ୟା ହିଂସା ବିରୋଧୀ କର୍ମଶାଳା ” ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏଇ କର୍ମଶାଳାରେ ରାଷ୍ଟ୍ରପତି ପୁରସ୍କାର ବିଜୟିନୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ମହିଳା ସଂଗଠନ “ଆକାଂକ୍ଷା”ର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓ୍ବାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲତା ନାୟକ, କାଉନ୍ସେଲର ଶ୍ରୀମତୀ ମୀନା ଟହଲ, କେସ୍ ଓ୍ବାର୍କର ସୁଶ୍ରୀ ମୋହିନୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଷୋହଳ ଦିନ ବ୍ୟାପି ଏଇ ଆନ୍ତର୍ଜାତିକ ମହିଳା ଓ କନ୍ୟା ବିରୋଧି ହିଂସା ସମ୍ବନ୍ଧୀୟ ସଚେତନତା ଅଭିଯାନ ଅବସରରେ ଏଇ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ବକ୍ତା ମାନେ ସମାଜରେ ବୃଦ୍ଧି ପାଉଥିବା ଘରୋଇ ହିଂସା, ଯୌନ ଉତ୍ପୀଡନ, ବାଲ୍ୟ ବିବାହ, ବାଳିକା ଚାଲାଣ, ସାଇବର ଅପରାଧ, ଏସିଡ୍ ଆକ୍ରମଣ, ଅପହରଣ ଆଦି ଆପରାଧିକ ଓ ଅସାମାଜିକ କ୍ରିୟା କଳାପ ଗୁଡ଼ିକ ବିରୋଧରେ ମହିଳା ଓ ବାଳିକା ମାନଙ୍କୁ ସଚେତନ ରହିବା ପାଇଁ ଉପଦେଶ ଦେବା ସହ ନିର୍ଭୟ ଓ ନିଃସଂକୋଚରେ ସଂପୃକ୍ତ ଆଇନର ସହଯୋଗ ନେଇ ସୁରକ୍ଷିତ ଜୀବନ ବ୍ଯତୀତ କରିବା ପାଇଁ ପରାମର୍ଶ ଦେଇଥିଲେ।ଶେଷରେ ଛାତ୍ରୀ ମହାଲକ୍ଷ୍ମୀ ମହାପାତ୍ର ଧନ୍ୟବଦ ଅର୍ପଣ କରିଥିଲେ ।

Exit mobile version