Site icon Awaj Media

ପ୍ରାଥମିକ ଶିକ୍ଷକ ଓ ଗଣଶିକ୍ଷକ ଙ୍କ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ବେହେରାଙ୍କ ତତ୍ୱାବଧାନରେ ଏକ ବିରାଟ ଶୋଭାଯାତ୍ରାରେ ସରକାରୀ ହାଇସ୍କୁଲ ପଡ଼ିଆରୁ ବାହାରିଥିଲେ ଆନ୍ଦୋଳନକାରୀ । ଶିକ୍ଷକ ମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରି ମୋହନା ମୁଖ୍ୟ ସଡ଼କର ପ୍ରତ୍ୟେକ ଛକରେ ନିଜ ଦାବି ସମ୍ପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ପରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି 8 ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓ ଙ୍କୁ ଦେଇଥିଲେ । ଦାବି ଗୁଡିକ ମଧ୍ୟରେ ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ ଗଣ ଶିକ୍ଷକ ମାନଙ୍କୁ ନିୟମିତ ନିଯୁକ୍ତି ଏବଂ ଏକ୍ସ କ୍ୟାଡର ଶିକ୍ଷକ ଓ ଗଣ ଶିକ୍ଷକ ମାନଙ୍କୁ ବ୍ୟାଡର ଭୁକ୍ତ କରିବା, 2020ରୁ ବନ୍ଦ ଥିବା ଇକ୍ରିମେଣ୍ଟ ପ୍ରଦାନ କରିବା, ଡେପୁଟେସନକୁ ବାତିଲ କରିବା, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, 6 ମାସର ଏରିଅର ପାଇବାରୁ ବଞ୍ଚିତ ଥିବା ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ଆଦି ଦାବି ରହିଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକ ସଭାପତି ଦିବାକର ନାୟକ, ସମ୍ପାଦନ କେଶବ ବେହେରା ଦଳାଇ, ସଚିବ ଜଗନ୍ନାଥ ସାହୁ, ଏକ୍ସ କ୍ୟାଡର ମୁଖ୍ୟ ସ୍ବପନେଶ୍ୱର ରାଉତ, ବିକ୍ରମ ପାତ୍ର, ଭାସ୍କର ବିଷୋୟୀ, ସୀତାରାମ ସାହୁ, ମାଳତୀ ନାୟକ, ସ୍ୱପ୍ନା ଦାସଙ୍କ ସମେତ ବ୍ଳକ ମିଳିତ ଶିକ୍ଷକ ସଂଘର ସଭାପତି କବିରାଜ ମଳିକ, ଉପ ସଭାପତି ଦିବାକର ନାୟକ, ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ବରିଷ୍ଠ ଉପଦେଷ୍ଟା ଗଗନ କୁମାର ଦାସ, ଜଗନ୍ନାଥ ସେଠୀ, ଦେବରାଜ ସେଠୀଙ୍କ ସମେତ ବିଭିନ୍ନ ବର୍ଗର 200 ରୁ ଉର୍ଦ୍ଧ୍ବ ଶିକ୍ଷକ ଉପସ୍ଥିତ ଥିଲେ ।

Exit mobile version