Site icon Awaj Media

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଭିନ୍ନକ୍ଷମ ଦିବସ ପାଳିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୋତାପେଟା ପଞ୍ଚାୟତ କାର୍ଯ୍ୟାଳୟରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଆଇନଜୀବୀ ସାମୁଏଲ ତାଣ୍ଡି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡକ୍ଟର ଭି. ଲୋକନାଥ ରାଜୁ , କୋତାପେଟା ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ , ପି.ଇ.ଓ , ଓ ପାରାଲିଗାଲ୍ ଭଲ୍ୟୁଣ୍ଟର ଜଗନ୍ନାଥ ମାଣ୍ଡାଗି ପ୍ରମୁଖ ଉପସ୍ଥିତ ଥିଲେ I ଅତିଥି ମାନେ ନିଜ ନିଜର ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କର ସାମ୍ବିଧାନିକ ଅଧିକାର ଓ ସରକାର ଙ୍କ ତରଫରୁ ସେମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସଂପର୍କରେ ଅଲୋକପାତ କରିଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ସ୍ତରରେ ରହିଥିବା ଇନ୍ଦିରାଗାନ୍ଧୀ ପେନସନ୍ ଯୋଜନା ତଥା ରାଜ୍ୟ ସ୍ତରରେ ରହିଥିବା ମଧୁବାବୁ ପେନସନ୍ ଯୋଜନା କଥା କହିବା ସଙ୍ଗେ ସଙ୍ଗେ ଉଚ୍ଚତମ ନ୍ୟାୟାଳୟର ବିଭିନ୍ନ ରାୟ ଉପରେ ମଧ୍ୟ୍ୟ ବିସ୍ତୃତ ଆଲୋଚନା କରିଥିଲେ I

Exit mobile version