Site icon Awaj Media

ବନ ବିଦ୍ୟାଳୟ ରେ ବିଜ୍ଞାନ ମେଳା !!!

Spread the love

ସତ୍ୟବାଦୀ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଓଡ଼ିଶାର ବିଦ୍ୟାଳୟ ର ମେରୁଦଣ୍ଡ କହିଲେ ସତ୍ୟବାଦୀ ବନ ବିଦ୍ୟାଳୟ । ମହାପୁରୁଷ ଗୋପବନ୍ଧୁ ଦାସ ଙ୍କ ହାତ ଗଢ଼ା ବନ ବିଦ୍ୟାଳୟ ରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । କୁନି କୁନି ଛାତ୍ରଛାତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ଅନେକ ବୈଜ୍ଞାନିକ ଗୁଣର ବାର୍ତ୍ତା । କିଏ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦଉଛି ତ, କିଏ ଦଉଛି ଜଳର ସୁରକ୍ଷା ନେଇ ସାଧାରଣ ଦର୍ଶକଙ୍କୁ ବାର୍ତ୍ତା । ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବନ ବିଦ୍ୟାଳୟ ର ପ୍ରତିଟି ଗୁଣକୁ ସମଗ୍ର ଛାତ୍ର ଛାତ୍ରୀଙ୍କୁ ବାର୍ତ୍ତା ବାଣ୍ଟିଥିବାର ଦେଖିବାକୁ ମିଳିଛି । ଏହାର ଆୟୋଜକ ଥିଲେ ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିକାରୀ । ସଭାପତି ଶ୍ରୀମତୀ ଭବମ୍ ପ୍ରଧାନ , ତହସିଲଦାର ଜୟନ୍ତ କୁମାର ଜୟସିଂହ , ଆଲୁମିନି କମିଟି ର ସଭାପତି କିଶୋର ମହାପାତ୍ର, ଏସଏମଏସ ସଭାପତି ସନାତନ ସାହୁ, ମୁଖ୍ୟ ବକ୍ତା ମାନସ ରଞ୍ଜନ ପଟ୍ଟନାୟକ ଏମାନଙ୍କୁ ସହଯୋଗ କରିଥିଲେ ! ଏହି ବିଜ୍ଞାନ ମେଳା ରେ ସମୁଦାୟ ୧୧୧ ଟା ଷ୍ଟଲ ପଡ଼ିଥିଲା । ଏଥି ମଧ୍ୟରୁ ୫ ଟି ପ୍ରକଳ୍ପ ଚୟନ ହୋଇ ଜିଲ୍ଲା ସ୍ତରକୁ ପଠାଯାଇଛି ।

Exit mobile version