Site icon Awaj Media

ନୂତନ ନାଲକୋ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଙ୍କୁ ସ୍ୱାଗତ ଜଣାଇଲେ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ !!!

Spread the love

ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ନାଲକୋ ରେ ନୂତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ଇଡି) ଙ୍କୁ ନାଲକୋ ସ୍ପୋନସର୍ଡ ଏଲ.ଏ.ପି (ଆଇ.ଟି.ଆଇ) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ପ୍ରତିନିଧି ମଣ୍ଡଳୀ ପୁଷ୍ପଗୁଛ ଓ ଭଗବତ ଗୀତା ଦେଇ ସ୍ୱାଗତ ଜଣାଇବା ସହିତ କିପରି ଭାବେ ସ୍ପୋନସର୍ଡ ଏଲ.ଏ.ପି ଆଇ.ଟି.ଆଇ ୧୯୮ କ୍ଷତି ଗ୍ରସ୍ତ ପ୍ରଜା ସଙ୍ଘର ସଭ୍ୟ ସଭ୍ୟା ମାନେ ନାଲକୋ କାରଖାନା ରେ ସ୍ଥାୟୀ ନିଯୁକ୍ତି ସୁଯୋଗ ପାଇବେ ସେ ବିଷୟରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା । ସଙ୍ଘର ଯେଉଁ ସଭ୍ୟ ସଭ୍ୟା ମାନେ ନାଲକୋରେ ଠିକା ଭିତିକ ନିଯୁକ୍ତି ପାଇଛନ୍ତି ଓ ସେମାନଙ୍କର ଯେଉଁ ସମସ୍ୟା ଗୁଡିକ ରହିଛି ତଥା ଯେଉଁ ସଦସ୍ୟ ମାନେ ଠିକା ଭିତ୍ତିକ ନିଯୁକ୍ତି ପାଇବା ପାଇଁ ଆଶାୟୀ ଅଛନ୍ତି ନିକଟ ଭବିଷ୍ୟତରେ ନୂତନ କାର୍ଯ୍ୟ ନିର୍ବାହୀ ମହାପ୍ରବନ୍ଧକ (ମାନବ ସମ୍ବଳ ଓ ପ୍ରଶାସନିକ) ଅଧିକାରୀ ଙ୍କ ସହିତ ଆଲୋଚନା ମାଧ୍ୟମରେ ସମସ୍ୟା ଗୁଡିକର ସମାଧାନ କରିବାକୁ ନୂତନ ଇଡି ପ୍ରତିଶୃତି ଦେଇଥିଲେ । ନାଲକୋର ଉନ୍ନତି ଦିଗରେ ପୂର୍ଣ ସହଯୋଗ କରିବୁ ବୋଲି ସଙ୍ଘର କର୍ମକର୍ତ୍ତା ମାନେ ପରି ପ୍ରକାଶ କରିଥିଲେ । ଏଥିରେ ସଙ୍ଘର ସଭାପତି ଦିବ୍ୟ ରଂଜନ ଦାସ, ସମ୍ପାଦକ ଶଶାଙ୍କ ଶେଖର ସାମଲ, ବିନୋଦ ନାୟକ, ସୋଭାଗ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version