Site icon Awaj Media

ଭାପୁର ମହୋତ୍ସବ ପାଇଁ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ମହୋତ୍ସବ ପାଇଁ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବେଳେ , ୧ ମ ରୁ ୭ ମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା ରେ ୨୭୬ ଛାତ୍ରଛାତ୍ରୀ, ୮ ମ ରୁ ୧୦ ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବନ୍ଧ ପ୍ରତିଯୋଗିତାରେ ୧୬୭ ଜଣ , ସାରେଗାମା ପ୍ରତିଯୋଗିତା ୧୩୪ ଜଣ ଛାତ୍ରଛାତ୍ରୀ ଏବଂ ବକୃତା ପ୍ରତିଯୋଗିତାରେ ୧୭ ଜଣ ଏହିପରି ମୋଟ ୫୯୪ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କାମରାଜ ବରାଡ, ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ଦାସ, କିଶୋର ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ସେହିପରି ବିଚାରକ ଭାବେ ଭାପୁର ବିଡି ବିଦ୍ୟାପୀଠର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦାସ, ଭଗବାନ ଶୁକ୍ଲା, ସନ୍ତୋଷ ସାମନ୍ତରାୟ, ପ୍ରାଣକୃଷ୍ଣ ମହାରଣା, ଜଗଦୀଶ ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏ ଅବସରରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ବିଦ୍ୟାଳୟରେ ପହଞ୍ଚି ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥଲେ । ମହୋତ୍ସବ କମିଟି ପକ୍ଷରୁ ସମ୍ପାଦକ ଭରତ କୁମାର ବେହେରା, ପ୍ରଭାତ ପଟ୍ଟନାୟକ, ଗୀତିକାନ୍ତ ପଣ୍ଡା, ରମେଶ କୁମାର ବରାଡ, ସଂଗ୍ରାମ କେଶରୀ ପଟ୍ଟନାୟକ, ପ୍ରଭାତ କୁମାର ବରାଡ, ଜନ୍ମେଜୟ ଦଳେଇ, ରାଜନାରାୟଣ ପଲେଇ ସମିତି ସଭ୍ୟ ବାଳଗୋପାଳ ଷଡଙ୍ଗୀ, ସରପଞ୍ଚ ଅଜୟ କୁମାର ମଲ୍ଲିକ, ମାଧବ ବେହେରା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

 

Exit mobile version