Site icon Awaj Media

ଓଡ଼ିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ତରଫରୁ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଗାନ୍ଧୀ ଭବନଠାରେ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ କଟକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ସଙ୍ଘର ରାଜ୍ୟ ସଭାପତି ଅମୁଲ୍ୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ ମେୟର ସୁଭାଷ ଚନ୍ଦ୍ର ସିଂହ, ସମ୍ମାନୀତ ଅତିଥି ଓ ଉଦଘାଟକ ଭାବେ କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ, ବରେଣ୍ୟ ଅତିଥି ଭାବେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଅଭିନେତା ଶ୍ରୀତମ ଦାସ ଓ ବିଶିଷ୍ଟ ସମାଜସେବୀ ସଂଜିତ ସାମଲ ଓ ମାନବ ଅଧିକାର କର୍ମୀ ତଥା ଗାନ୍ଧିବାଦୀ ନେତା ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସମାଜସେବା କରୁଥିବା ଅନୁଷ୍ଠାନ ଏବଂ ସମାଜରେ ଘାତ ପ୍ରତିଘାତ ମଧ୍ୟରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନ ଙ୍କୁ ଉତ୍ସାହିତ କରାଯାଇଥିଲା | ସେବା କାର୍ଯ୍ୟ ପାଇଁ ସମସ୍ତଙ୍କୁ ପ୍ରଶଂସା କରିବା ସହ ସବୁ ବେଳେ ସହଯୋଗ କରିବା ପାଇଁ ଅତିଥି ବୃନ୍ଦ ପ୍ରତିଶୃତି ଦେଇଥିଲେ । ଉକ୍ତ ସଭାର ଆବାହକ ବିସ୍ମୟ ନନ୍ଦ ଅତିଥି ପରିଚୟ ଦେଇଥିବା ବେଳେ, ଜିତେନ୍ଦ୍ର ପଣ୍ଡା, ଗୌତମ ସାହୂ, ପ୍ରଦୀପ କାଣ୍ଡି, ଦୁର୍ଲଭ ମହାରଣା ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଜଣାଇଥିଲେ ପ୍ରିୟବ୍ରତ ପଟନାୟକ ।

Exit mobile version