Site icon Awaj Media

ପରଲୋକରେ ଆଦର୍ଶ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ପରଲୋକରେ କଳାପଥର ଗ୍ରାମର ଆଦର୍ଶ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ ! କଳାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଥିଲେ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ ! ସେ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିବା ବେଳେ ଆଜି ରାତ୍ର ୮ ଘଟିକା ୩୦ ମିନିଟ ସମୟରେ ଇହଲୀଳା ତ୍ଯାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ ଜଣେ ପରୋପକାରୀ , ମିଷ୍ଠଭାସି ଓ ମେଳାପି ପ୍ରକୃତିର ମହିଳା ଥିଲେ । ତାଙ୍କର ବିୟୋଗରେ କଳାପଥର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Exit mobile version