Site icon Awaj Media

ସମିତି ସଭ୍ୟା ଙ୍କୁ ଦୁର୍ବ୍ୟବହାର କରି ଜେଲ ଗଲେ ଯୋଗାଣ ସହାୟକ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମିତି ସଭ୍ୟା ଙ୍କୁ ଦୁର୍ବ୍ୟବହାର କରି ଜେଲ ଗଲେ ଯୋଗାଣ ସହାୟକ ! ଚିଲିକା ବ୍ଲକ ହାଟବରଡିହ ଗ୍ରାମ ପଞ୍ଚାୟତରେ ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ! ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ହାଟବରଡିହ ଗ୍ରାମ ପଞ୍ଚାୟତରେ ସରକାରଙ୍କ ଖାଉଟି ସାମଗ୍ରୀ ବଣ୍ଟନରେ ବ୍ୟାପକ ହେରଫେର ହେଉଥିବା ସମିତି ସଭ୍ୟା ବାରମ୍ବାର ଅଭିଯୋଗ କରୁଥିଲେ । ଯାହାକୁ ନେଇ ଯୋଗାଣ ସହାୟକ ଏପରି ଦୁର୍ବ୍ୟବହାର କରୁଥିଲେ । ହାଟବରଡିହ ପଞ୍ଚାୟତର ସମିତି ସଭ୍ୟା ମିନତୀ ବେହେରା ଙ୍କୁ ପଞ୍ଚାୟତ ର ଯୋଗାଣ ସହାୟକ ସଞ୍ଜୟ ଜେନା ଅଧିକାଂଶ ସମୟ ଦୁର୍ବ୍ୟବହାର କରି ଆସୁଥିଲେ ! ଏପରିକି ନିଜର କିଛି ସହଯୋଗୀ ଙ୍କୁ ଅର୍ଥର ଲାଳସାରେ ପ୍ରଲୋଭିତ କରାଇ ସମିତି ସଭ୍ୟା ଏବଂ ତାଙ୍କର ପରିବାର ଲୋକଙ୍କ ବିରୁଦ୍ଧରେ ମାନସିକ ନିର୍ଯ୍ୟାତନା ଦେବା ଭଳି ଫଟୋ – ଭିଡିଓ ସୁଟ୍ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବାର ମୂଖ୍ୟ କାର୍ପେଟଦାର୍ ସାଜିଥିଲେ ହାଟବରଡିହ ପଞ୍ଚାୟତର ଯୋଗାଣ ସହାୟକ ସଞ୍ଜୟ ଜେନା । ସହ୍ୟ କରିବାର ସବୁ ସୀମା ଅତିକ୍ରମ କରିବା ପରେ ହାଟବରଡିହ ପଞ୍ଚାୟତର ସମିତି ସଭ୍ୟା ମିନତୀ ବେହେରା ବାଧ୍ୟ ହୋଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ଟାଙ୍ଗୀ ଥାନା ନିରୀକ୍ଷକ ଦିଗବିଜୟ ବିଶ୍ୱାଳ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ଯୋଗାଣ ସହାୟକ ସଞ୍ଜୟ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ମାନ୍ୟବର ଅଦାଲତ ଜାମିନ ନାମଞ୍ଜୁର କରିବା ପରେ ହାଟବରଡିହ ପଞ୍ଚାୟତର ଯୋଗାଣ ସହାୟକ ସଞ୍ଜୟ ଜେନା ଜେଲ ଯାଇଥିବା ଟାଙ୍ଗୀ ଥାନା ଅଧିକାରୀ କହିଛନ୍ତି । ଅନ୍ୟ ପଟରେ ସରକାରଙ୍କ ମାଗଣା କଲ୍ୟାଣ ଯୋଜନାରେ ବଣ୍ଟନ ହେଉଥିବା ଖାଉଟି ସାମଗ୍ରୀ ବ୍ୟାପକ ହେରଫେର ହେଉଥିବା ଯୋଗୁଁ ହାଟବରଡିହ ପଞ୍ଚାୟତର ଯୋଗାଣ ସହାୟକ ସଞ୍ଜୟ ଜେନା ଙ୍କୁ ଛଟେଇ କରିବା ପାଇଁ ପଞ୍ଚାୟତ ବାସୀ ଦାବି କରିଛନ୍ତି ।

Exit mobile version