Site icon Awaj Media

ଚିଲିକା ଆଙ୍କୁଲାଚଟି ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ – ୨୦୨୨ ଅନୁଷ୍ଠିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ ( ଓଷ୍ଟା) ତରଫରୁ ଶିଶୁ ଉତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଚିଲିକା ବ୍ଲକ ଅନ୍ତର୍ଗତ ଛାତ୍ର ଛାତ୍ରୀ ମାନେ ତର୍କ, କଣ୍ଠ ସଂଗୀତ, ଚିତ୍ରାଙ୍କନ, କବିତା ଆବୃତ୍ତି, କବିତା ରଚନା, ଗଳ୍ପ ଲିଖନ, ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣ ଜ୍ଞାନ ଓ କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୪୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରୁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । ଏହି ଉତ୍ସବରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଚିଲିକା ବ୍ଲକ ସଭାପତି ବିଜୟ କୁମାର ପାତ୍ର ସଭାପତି ଭାବରେ ଆସନ ଅଳଙ୍କୃତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚିଲିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗଦିଶ ଷଡ଼ଙ୍ଗୀ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂପାଦକ ସୁଧାକର ମହାପାତ୍ର, ବେଗୁନିଆ ବ୍ଲକ ସମ୍ପାଦକ ରତିକାନ୍ତ କହଲସିଂହ, ଚିଲିକା ବ୍ଲକ ସମ୍ପାଦକ କୁନା ମହତ, ସହ ସମ୍ପାଦକ ଅଶୋକ କୁମାର ବେହେରା, ସହ ସଂପାଦିକା ପୁଷ୍ପଲତା ମଙ୍ଗରାଜ, ବାଣପୁର ବ୍ଲକ ସମ୍ପାଦକ ଜାନକୀ ବଲ୍ଲଭ ବିଶ୍ଵାଳ, ଆଲୁମିନି ସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ଉପ ସଭାପତି ନିକୁଞ୍ଜ ସାମନ୍ତରାୟ ଓ ବାଣପୁର ବ୍ଲକର ବିପିନ ବିହାରୀ ପାଇକରାୟ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିଲେ। ଶେଷରେ ସମ୍ପାଦକ କୁନା ମହତ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version