Site icon Awaj Media

ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଗଜପତି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଭାପତି ମାନେ ଉପସ୍ଥିତ ରହି ତୁରନ୍ତ ଧାନ ମଣ୍ଡି ଖୋଲିବା ସକାଶେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ତୁରନ୍ତ ଧାନ ମଣ୍ଡି ଖୋଲିବା ସକାଶେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ସମବାୟ ସମିତିର ସଭାପତି ମାନେ ଉପସ୍ଥିତ ରହି ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଗଜପତି ଜିଲ୍ଲାରେ ଆଜି ଯାଏଁ ଧାନ ମଣ୍ଡି ଖୋଲି ନ ଥିବା ବେଳେ ଚାଷି ମାନେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ଧାନ ମଣ୍ଡି ଖୋଲିବା ସକାଶେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଧାନ ସଂଗ୍ରହ ପାଇଁ ହୋଇଥିବା ବୈଠକରେ ଚଳିତ ବର୍ଷ ସମବାୟ ସମିତି ମାନେ ପୂର୍ବ ଭଳି ଧାନ ସଂଗ୍ରହ କରିବେ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ 30 ରୁ 40 ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହସ୍ତକ୍ଷେପ ଏବଂ ମିଲର ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ସେମାନେ ନିଜର ସ୍ଵାର୍ଥ ହାସଲ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି । ତେଣୁ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି । ଏହା ତୁରନ୍ତ ଖୋଲା ନ ହେଲେ ଜିଲ୍ଲାର ଚାଷୀମାନେ ନାହିଁ ନ ଥିବା ଅସୁବିଧାର ଭୋଗିବେ । ତେଣୁ ଚାଷୀଙ୍କ ସ୍ଵାର୍ଥ ରକ୍ଷା ପାଇଁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସମବାୟ ସମିତିର ସଭାପତି ମାନେ ଦାବି କରିଛନ୍ତି ।

Exit mobile version