ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତୀୟ ମଜଦୂର ସଙ୍ଘ ସଂଲଗ୍ନ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ ଗଜପତି ଶାଖା ପକ୍ଷରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ୭ ଦଫା ଦାବି ପୂରଣ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଶାକର୍ମୀ ମାନଙ୍କ ଦାବି ଗୁଡିକ ପୂରଣ ହୋଇ ନଥିବା ଯୋଗୁଁ ସେହି ଦାବିକୁ ପୁନଃ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ନାୟକଙ୍କୁ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦାବି ଗୁଡିକ ହେଲା ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ ଓ ଆଶା କର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ଘୋଷଣା, ଆଶା କର୍ମୀ ମାନଙ୍କୁ 18 ହଜାର ଟଙ୍କା ମାସିକ ବେତନ କରାଯାଉ, ସାମାଜିକ ସୁରକ୍ଷା ଅନ୍ତର୍ଗତ ଗ୍ରାଚୁଇଟି, ଇ ପି ଏଫ ଓ ଇ ଏସ ଆଇ ସି ଲାଗୁ କରାଯାଉ, ଅବସର ଗ୍ରହଣ କରୁଥିବା ଆଶା କର୍ମୀ ମାନଙ୍କୁ 5 ଲକ୍ଷ ଟଙ୍କା ସହାୟତା ରାଶି ଓ 5 ହଜାର ପେନସନ ଦିଆଯାଉ, ଯୋଗ୍ୟତା ଆଶା କର୍ମୀଙ୍କୁ ଏ ଏନ ଏମ୍ ପଦବୀକୁ ପଦୋନ୍ନତି ଦିଆଯାଉ, ଆକସ୍ମିକ ମୃତ୍ୟୁ ହେଲେ 10 ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ନିଯୁକ୍ତି ଦିଆ ଯାଉ, କୋଭିଡ଼ ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀ ଙ୍କୁ ସରକାର ଘୋଷଣା କରିଥିବା 50 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉ ବୋଲି ଉଲ୍ଲେଖ ରହିଛି ।
୭ ଦଫା ଦାବି ନେଇ ଆଶା କର୍ମୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ !!!

