ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ, ସଂଗଠକ ତଥା ବିଜୁ ପଟନାୟକ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟ ଙ୍କ 60 ତମ ଜୟନ୍ତୀ ଓ ସ୍ମୃତି ଚାରଣ ସଭା ଓଡିଶା ନାଗରିକ ମହାମଞ୍ଚ କାର୍ଯ୍ୟାଳୟ ରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ! ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ସ୍ମୃତି ସଭା ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ଦେବି ପ୍ରସାଦ ପୃଷ୍ଟି , ସଂଯୋଜକ ବାପୁ ଓଝା ଯୋଗଦେବା ସହିତ ଓଡ଼ିଆ ଭାଷା, ସମାଜସେବା, ରକ୍ତଦାନ, ତଥା ବହୁ ଶିକ୍ଷାନୁଷ୍ଠାନ ର ପ୍ରାଣ ପ୍ରତିଷ୍ଠାତା ବୋଲି ବକ୍ତବ୍ୟ ରଖିଥିଲେ ! ମହା ପୁରୁଷ ଓ ସହିଦ ମାନଙ୍କ ଆବିର୍ଭାବ ଓ ତିରୋଧାନ ସହିତ ତାଙ୍କ କୃତି ଓ କୀର୍ତ୍ତି ବିଷୟରେ ଉଲେଖ କରିବା ସହିତ ଜନ ଜାଗରଣ ପାଇଁ ସର୍ବଦା ଚେଷ୍ଟିତ ଥିଲେ ! ଓଡ଼ିଆ ଭାଷା କୁ ଝାଡ଼ଖଣ୍ଡ ରେ ଦ୍ୱିତୀୟ ରାଜ ଭାଷା ମାନ୍ୟତା ଦେବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ ! ଗରିବ, ଅସହାୟ ମାନଙ୍କ ପାଇଁ ସର୍ବଦା ସହାୟତା ର ହାତ ବଢ଼ାଇ ଆସୁଥିଲେ ! ଉକ୍ତ କାର୍ଯ୍ୟକ୍ରମ ରେ ବିଜୟ ପରିଡା, ରୋହିତ କୁମାର, ଅବଦୁଲ ଆଜାଦ, ପ୍ରମୋଦ ପତି, ଋତୁରାଜ ପଟନାୟକ ଉପସ୍ଥିତ ରହିଥିଲେ ! କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନାଗରିକ ମହାମଞ୍ଚ ର ସାଧାରଣ ସମ୍ପାଦକ ପ୍ରଦୀପ ବିଶ୍ୱାଳ !
କାଳୀ ପ୍ରସାଦ ସାମନ୍ତରାୟ ଥିଲେ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ !!!

