Site icon Awaj Media

୪୨ ମୌଜା ଏ.କେ.ବିଦ୍ୟାମନ୍ଦିର ରେ ଶିଶୁ ବିଜ୍ଞାନ ମେଳା ଆୟୋଜିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ସଦର ୪୨ ମୌଜା ଦଧିବାମନପୁର ସ୍ଥିତ ଇଂରାଜୀ ମାଧ୍ୟମିକ ସି.ବି.ଏସ.ଇ. ବିଦ୍ୟାଳୟ ଏ. କେ.ବିଦ୍ଯାମନ୍ଦିର ରେ ବିଜ୍ଞାନ, ଖାଦ୍ୟ, ପରିବେଶ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବକୁ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ମାର୍ଗଦର୍ଶକ ଡ଼ଃ ଅନିରୁଦ୍ଧ ଖିଲ୍ଲାର ଓ ବିଦ୍ୟାଳୟର ଚେୟାରମ୍ୟାନ ଡ଼ଃ ଚନ୍ଦନା ବେହେରା ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ଡଃ ଖିଲାର ବିଜ୍ଞାନ ଜୟଯାତ୍ରା ବିଷୟରେ ନିଜର ଅଭିଭାଷଣ ଦେବା ସହ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ପ୍ରଚେଷ୍ଟାକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର କୋମଳମତି ବିଦ୍ୟାର୍ଥୀ ମାନେ 50 ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ କରିବା ସହିତ, ମେଳାକୁ ବୁଲି ଦେଖୁଥିବା ଅଭିଭାବକ ଓ ଦର୍ଶକ ମାନଙ୍କୁ ସୁନ୍ଦର ଉପସ୍ଥାପନା କରୁଥିବାର ପ୍ରୟାସ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଶାସକ କ୍ଷେତ୍ରମୋହନ ସେନାପତିଙ୍କ ତତ୍ୱାବଧାନରେ ଶ୍ରୀମତୀ ଅଳକାନନ୍ଦ ମହାପାତ୍ର, ବିକାଶ କୁମାର ପାତ୍ର, ସୂର୍ଯ୍ୟନାରାୟଣ ଦାଶ, ପ୍ରଦୀପ କୁମାର ବସ୍ତିଆ, କୁମାରୀ ବନଜ୍ୟୋତ୍ସ୍ନା ମହାରଣା, ବନିତା ଜେନା, ଶ୍ରୀମତୀ କେ ଉଷା, ଶ୍ରୀମତୀ ତନୁଜା ସିଂ, ଶ୍ରୀମତୀ ମମତା ଦାସ, କୁମାରୀ ଶୁଭଶ୍ରୀ ମହାନ୍ତି, ଭକ୍ତିଲତା ରାଉତ ଓ ଶ୍ରୀମତୀ ଇତିଶ୍ରୀ ଦାଶ ପ୍ରଭୃତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।

Exit mobile version