Site icon Awaj Media

ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳରେ ୭୫ ଜଣ ପୁରୁଷ ଓ ମହିଳାଙ୍କୁ ନେଇ ବିପର୍ଯ୍ଯୟ ପ୍ରଶୀକ୍ଷଣ ଶିବିର ଗତ ୧୪ ତାରିଖରୁ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ଯୟ କମିଟିର ସଭାପତି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଵାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ମାନୀତ ଅତିଥି ଭାବରେ ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀମତୀ ବୁଲବୁଲ୍ ବେହେରା, ସମିତି ସଭ୍ୟ କନ୍ଦର୍ପ ଜେନା ଓ ଜିପିଓ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ୱାର୍ଡ ର ସଭ୍ୟ ପୂର୍ବତନ ସରପଞ୍ଚ ବାମନ ଚରଣ ଦାସ ଓ ପୂର୍ବତନ ୧୫ନଂ ଜୋନର ଜିଲ୍ଲା ପରିଷଦ ସତ୍ୟନାରାୟଣ ପାଲଟାସିଂହ ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ମୋନାଲିସା ପଣ୍ଡା, ବନିତା ଦାସ, ଗୋବିନ୍ଦ ବେହେରା ଓ ଦେବାଶିଷ ପ୍ରଧାନ ପ୍ରଶିକ୍ଷଣ ଦେଇଥିଲେ ଯେ ବାତ୍ୟା ବନ୍ୟା ଅଗ୍ନି ଦାଉରୁ କିପରି ରକ୍ଷା କରାଯାଇ ପାରିବ ! ସାପ କାମୁଡା ପରେ କଣ କରିବା ଉଚିତ ଶିକ୍ଷା ଦେଇଥିଲେ । ବିପର୍ଯ୍ୟୟ କମିଟିର ସମ୍ପାଦକ ପବିତ୍ର କୁମାର ବରାଳ ପ୍ରଶିକ୍ଷଣ ଶିବିରକୁ ସରସ ସୂନ୍ଦର ଓ ସୂଚାରୁ ରୂପେ ପରିଚାଳନା କରିଥିଲେ । ସରପଞ୍ଚ ଜଣେ ଉଚ୍ଚ ଶିକ୍ଷିତା ମହିଳା ହୋଇଥିବାରୁ ସରକାରଙ୍କ ସମସ୍ତ କାର୍ଯ୍ଯକ୍ରମକୁ ସଚେତନତାର ସହ ସଂପାଦନ କରୁଥିବାରୁ ବାଣପୁର ବ୍ଲକରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।

Exit mobile version