Site icon Awaj Media

ଭାପୁର ରେ ସାମ୍ବାଦିକ ଏକାଦଶ ବନାମ ରାଜନେତା ଏକାଦଶ ମଧ୍ୟ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ଫତେଗଡ ନାଲିସାଗର ପଡିଆରେ ଭାପୁର ବ୍ଲକର ସାମ୍ବାଦିକ ଏକାଦଶ ଏବଂ ରାଜନେତା ଏକାଦଶ ଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ପବିତ୍ର ଧନୁ ସ°କ୍ରାନ୍ତିରେ ଆୟୋଜିତ ଏହି ମ୍ୟାଚରେ ରାଜନେତା ଏକାଦଶ ୪୬ ରନରେ ବିଜୟୀ ହୋଇଥିଲା । ରାଜନେତା ଏକାଦଶ ତରଫରୁ ଅଧିନାୟକତ୍ୱ କରୁଥିବା ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରାଜନେତା ଏକାଦଶ ୨୦ ଓଭରରେ ୭ ୱିକେଟ ହରାଇ ବିଶାଳ ୧୭୫ ରନ କରିଥିଲା । ଦଳ ତରଫରୁ ଅଜୟ କୁମାର ମଲ୍ଲିକ ୪୨ ବଲରେ ୩ ଛକା ଓ ୭ ଚଉକା ସହାୟତାରେ ୬୮ ରନ କରିଥିବା ବେଳେ ବେଣୁଧର ପ୍ରଧାନ ୨୦ ବଲରେ ୨ ଛକା ଓ ୪ ଚଉକା ସହାୟତାରେ ୩୭ ରନ କରିଥିଲେ । ସାମ୍ବାଦିକ ଏକାଦଶ ତରଫରୁ ସପନି ପ୍ରଧାନ ୪ ଓଭର ବୋଲିଂ କରି ୧୬ ରନ ଦେଇ ୪ ଟି ୱିକେଟ ନେଇଥିଲେ । ଜବାବରେ ସାମ୍ବାଦିକ ଏକାଦଶ ୨୦ ଓଭରରେ ୭ ୱିକେଟ ହରାଇ ୧୨୯ ରନ କରି ପରାଜିତ ହୋଇଥିଲା । ଦଳ ତରଫରୁ ରମେଶ ଚନ୍ଦ୍ର ବରାଡ ସର୍ବାଧିକ ୧୫ ବଲରେ ୨୪ ରନ କରିଥିଲେ । ରାଜନେତା ଏକାଦଶ ତରଫରୁ ବେଣୁଧର ପ୍ରଧାନ ବୋଲିଂ କରି ୧୯ ରନ ଦେଇ ତିନି ୱିକେଟ ନେଇଥିଲେ । ବିଜୟୀ ଦଳର ଅଜୟ କୁମାର ମଲ୍ଲିକ ୬୮ ରନ କରିଥିବାରୂ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଖେଳ ପରିଚାଳନା କରିଥିଲେ ସୁଧିର ରଞ୍ଜନ ପଣ୍ଡା ଓ ସୁଧାଂଶୁ କର । ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ସରୋଜ କୁମାର ମହାପାତ୍ର । ସ୍କୋରର ସହାୟତା କରିଥିଲେ ବିଭୂତି ଭୂଷଣ ଖଟେଇ ଓ ପବିତ୍ର କୁମାର ସାହୁ । ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ରବିନ୍ଦ୍ର କୁମାର ପଟ୍ଟନାୟକ ଓ ଆତ୍ମା କମିଟିର ଅଧ୍ୟକ୍ଷ ଭରତ କୁମାର ବେହେରା ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବା ସହ ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳକୁ ଫତେଗଡ ଯୁବକ ସ°ଘର ଯୁବକ ମାନେ ଆୟୋଜନ କରିଥିଲେ ।

Exit mobile version