Site icon Awaj Media

ଗଜପତି ରେ କୃଷକ ସମ୍ମିଳନୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଗଜପତି ଜିଲ୍ଲା କୃଷକ ସଙ୍ଗଠନ ଓ ଓଡ଼ିଶା ନଵ ନିର୍ମାଣ କୃଷକ ସଙ୍ଗଠନର ମିଳିତ ସହଯୋଗରେ ଏକ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଵ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଜିଲ୍ଲା ପ୍ରଭାରୀ ରଣଜିତ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଭ୍ୟ ମାଣିକ ପାଇକ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଆଶିଷ ବେହେରା ଓ ନିରଞ୍ଜନ ପ୍ରଧାନ, ଗୌରାଙ୍ଗ ମଣ୍ଡଳ ସଂଗଠକ , ଗଜପତି ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ମହନ୍ତ, କେରାଣ୍ଡି ମହନ୍ତ ଦାମୋଦର ଦାସ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କୃଷକ ସମ୍ମିଳନୀରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକର କୃଷକ ମାନେ ଉପସ୍ଥିତ ଥିଲେ । ଚାଷୀଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ ରହୁଛି, ଗଜପତି ଜିଲ୍ଲାରେ 40 ଜଣ ମିଲର ଙ୍କ ସ୍ୱାର୍ଥ ପାଇଁ 16000 ଚାଷିଙ୍କୁ ବଳୀ ଦିଆଯାଉଛି ବୋଲି ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଧାନ ଅମଳ ହୋଇ ସାରିଲାଣି , ହେଲେ ମଧ୍ୟ ଏ ପର୍ଯ୍ୟନ୍ତ ମଣ୍ଡି ନ ଖୋଲିବା ଓ ଗତ ବର୍ଷ ଚାଷୀଙ୍କର ଧାନ ବେରଙ୍ଗୀ କହି 10 ରୁ 12 କେଜି ଧାନ ନେବା ସମୟରେ ମିଲର କାଟି ଦେଇଥିବା, ଚଳିତ ବର୍ଷ ସେହିଭଳି ପୁନରାବୃତ୍ତି ନ ହେବା ପାଇଁ ଚାଷୀଙ୍କୁ ସଜାଗ କରାଯାଇଛି । ଯଦି ପୁନରାବୃତ୍ତି ହୁଏ ସଂଗଠନ ପକ୍ଷରୁ , 16000 ପଞ୍ଜିକୃତ ଚାଷୀଙ୍କ ସ୍ୱାର୍ଥ କୁ ଦେଖି ପ୍ରତିବାଦ କରାଯିବ ବୋଲି କୁହାଯାଇଛି ।

Exit mobile version