Site icon Awaj Media

ବାଣପୁରରେ ଟିମ ୪୯୯ ଓଡିଶା ର ୩ୟ ବନ୍ଧୁମିଳନ ଉତ୍ସବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ନିଷ୍ଠାପର ଭାବରେ ସମାଜର ସେବା କରିବା ପାଇଁ ସାରା ରାଜ୍ୟରୁ ଏକତ୍ରୀତ ହୋଇଥିବା ଯୁବକ ଓ ଯୁବତୀ ମାନଙ୍କୁ ନେଇ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ ୪୯୯ ର ୩ୟ ବନ୍ଧୁ ମିଳନ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ସହିଦ କୃତିବାସ ଭବନ ଠାରେ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁଙ୍କ ସଭାପତିତ୍ବରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ର ନଗରପାଳ ମିଟୁ ନାୟକ , ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର , ସମ୍ମାନିତ ଅତିଥି ଭାବେ ଚିଲିକା ପ୍ରେସ କ୍ଳବର ସଭାପତି ପ୍ରକାଶ କୁମାର ପ୍ରଧାନ , ଚିଲିକା ରିପୋର୍ଟର ଆସୋସିଏସନ ର ସଭାପତି ସୁନିଲ କୁମାର ସୁବୁଦ୍ଧି , ଅନୁଷ୍ଠାନର ସଭାପତି ବବୁଲ ରଣା , ଉପସଭାପତି ସୂର୍ଯ୍ୟ ପ୍ରସାଦ ବାରିକ , ନମିତା ମହାନ୍ତି , ସ୍ମୃତିକାନ୍ତ ମହାନ୍ତି , ତାଜୁନ କୁମାର ଜେନା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିରିହ ଜନତା ଙ୍କର କିପରି ସେବା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

Exit mobile version