Site icon Awaj Media

ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏବଂ ବାଙ୍କୀ ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ଶିବିର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏବଂ ବାଙ୍କୀ ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ବାଙ୍କୀ ରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ! ବାଙ୍କୀ ବିକାଶ ମଞ୍ଚ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ! ଏହି ଶିବିରରେ ଅସ୍ଥିଶଲ୍ୟ, ସ୍ନାୟୁ ରୋଗ, ଫୁସ୍ ଫୁସ୍ ଜନିତ ରୋଗ, ପ୍ରସୂତି ଓ ସ୍ତ୍ରୀ ରୋଗ, ଚକ୍ଷୁ ରୋଗ ଏବଂ ଭେଷଜ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଲୋକଙ୍କୁ ସେବା ପ୍ରଦାନ କରିଥିଲେ ! ବାଙ୍କୀ ବିକାଶ ମଞ୍ଚ ତରଫରୁ , ସ୍ୱାସ୍ଥ୍ୟ ସେବା ଶିବିରରେ ଉପସ୍ଥିତ ରହି ଲୋକଙ୍କୁ ସେବା ପ୍ରଦାନ କରିଥିବା ଅଶ୍ୱିନୀ ହସ୍ପିଟାଲର ସମସ୍ତ ଡାକ୍ତର ଓ ସହଯୋଗୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି !

Exit mobile version