Site icon Awaj Media

ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ମୋଟ 189 ଗୋଟି ଅଭିଯୋଗ ଆସିଥିଲା ବେଳେ ସେଥିରୁ 14 ଗୋଟି ଅଭିଯୋଗର ତୁରନ୍ତ ପଦକ୍ଷେପ ନେଇ ସମାଧାନ କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡିକ ତୁରନ୍ତ ପଦକ୍ଷେପ ନେଇ ସମାଧାନ କରିବା ସକାଶେ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ମୋହନା ବ୍ଳକ ଅଧ୍ୟକ୍ଷ ରଣଜିତ ଶବର, ଆର ଉଦୟଗିରି ଏସଡ଼ିପିଓ ଦିଲ୍ଲୀପ କୁମାର ନାୟକଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଳକ ସ୍ତରୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Exit mobile version