Site icon Awaj Media

ବାଲୁଗାଁ ଏଲଆଇସି ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଶାଖା ଜୀବନ ବୀମା ନିଗମ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚିଲିକା ରାଣୀ ଇଂରାଜୀ ମିଡିୟମ ସ୍କୁଲ ପରିସରରେ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର ଟ୍ରଫି, ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ବାଲୁଗାଁ ଶାଖା ମ୍ୟାନେଜର (ସେଲସ) ପ୍ରିୟରଞ୍ଜନ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚିଲିକା ରାଣୀ ଇଂରାଜୀ ମିଡିୟମ ସ୍କୁଲ ର ପ୍ରିନ୍ସପାଲ ଦିଲ୍ଲିପ କୁମାର ବେହେରା ଙ୍କ ତତ୍ବାବଧାନରେ ଟ୍ରଫି, ମାନପତ୍ର ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସ୍କୁଲର ପ୍ରତ୍ୟେକ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ଯଥା ୧ମ ଶ୍ରେଣୀର ଛାତ୍ର ନିହାର ରଞ୍ଜନ ମହାନ୍ତି, ୨ ୟ ଶ୍ରଣୀର ଦିବ୍ୟାଂସ ସୁଭ୍ରଦିପ, ୩ୟ ଶ୍ରେଣୀର ଛାତ୍ର ସତ୍ୟଜିତ ଦାସ, ୪ର୍ଥ ଶ୍ରେଣୀ ଛାତ୍ରୀ ସାଗରିକା ପାଣିଗ୍ରାହୀ, ୫ମ ଶ୍ରେଣୀର ଛାତ୍ରୀ ସ୍ମ୍ରୁଧାଂଶୁ ତ୍ରିପାଠୀ, ୬ଷ୍ଠ ଶ୍ରେଣୀର ଛାତ୍ର ଚିତ୍ତରଞ୍ଜନ ସୁନ୍ଦରାୟ, ୭ମ ଶ୍ରେଣୀର ଛାତ୍ରୀ ଅପର୍ଣ୍ଣା ପ୍ରଧାନ, ୮ମ ଶ୍ରେଣୀର ଛାତ୍ରୀ ଶ୍ରୀୟା ପ୍ରିୟଦର୍ଶୀନି, ୯ମ ଶ୍ରେଣୀର ଛାତ୍ର ଅତୁଲ୍ୟ ବଳିଆର ସିଂହ, ୧୦ ମ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ଙ୍କୁ ଏଲଆଇସି ତରଫରୁ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର ଟ୍ରଫି, ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅଭିକର୍ତ୍ତା ଅକ୍ଷୟ କୁମାର ସାହୁ ଓ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Exit mobile version