ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜସେବାର ନିଆରା କାର୍ଯ୍ୟକ୍ରମ ! ସାମାଜିକ କର୍ମୀଙ୍କ ପାଇଁ ଉଦାହରଣ ପାଲଟିଛି ସମାଜ ମଙ୍ଗଳ ହୁଣ୍ଡି କାର୍ଯ୍ୟକ୍ରମ ! ଏହା ବହନ କରୁଛି ଏକ ସାମାଜିକ ସୁବର୍ତ୍ତା ! ରାଜଧାନୀର ଜଣାଶୁଣା ସମାଜସେବୀ ନାରାୟଣ ଚନ୍ଦ୍ର ଓଝାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିଲାଣି ! ସମାଜ ମଙ୍ଗଳ ହୁଣ୍ଡି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଖଣ୍ଡଗିରି ଅଞ୍ଚଳର ସାମାଜିକ ଅନୁଷ୍ଠାନ ସାମାଜିକ ଯୁବ ସଂଗଠନର ପଞ୍ଚମ ବାର୍ଷିକ ଉତ୍ସବରେ ଦୁଇଜଣ କର୍କଟ ପୀଡିତ ବାଳକ ଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ଅର୍ଥ ରାଶି ସହାୟତା କରାଯାଇଛି ! ଖଣ୍ଡଗିରି ଜୟଦେବ ବାଟିକା ପୁରୁଣା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସାମାଜିକ କର୍ମୀ , ସାମ୍ବାଦିକ , ଆଇନଜୀବୀ ଉପସ୍ଥିତ ରହିଥିଲେ !
ବରିଷ୍ଠ ସାମ୍ବାଦିକ ତଥା ସମାଜମଙ୍ଗଳ ହୁଣ୍ଡିର ମୁଖ୍ୟ ଉପଦେଷ୍ଟା ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ସମାଜମଙ୍ଗଳ ହୁଣ୍ଡି ପରି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଦୁଇଜଣ କର୍କଟ ପିଡୀତ ବାଳକ ଭୁବନେଶ୍ୱର ସାଲିଆ ସାହି ବସ୍ତିର ଚାରି ବର୍ଷ ବାଳକ ରୋହନ ପ୍ରଧାନଙ୍କୁ ୨୩,୭୫୬ ଟଙ୍କା ଏବଂ କଣାସ ଅଞ୍ଚଳର ଜଣଙ୍କୁ ୨୪ ହଜାର ୯୭ ଟଙ୍କା ଅତିଥି ମାନଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା ! ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ , ଏ ସି ପି ବିଷ୍ଣୁ ପାତ୍ର , ସମାଜସେବୀ ମହାସଂଘର କାର୍ଯ୍ୟକାରୀ ସଭାପତି ବାପି ମହାନ୍ତି , ଚଳଚିତ୍ର ତାରକା ମିଟୁ ମିଥୁନ , ହାସ୍ୟ ତାରକା ସ୍ମୃତି ରଞ୍ଜନ ମହାନ୍ତି , ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ସମାଜସେବୀ ସସ୍ମିତା ଦାସ , ଯୁବନେତା ଅମରେଶ ଜେନା , କର୍ପୋରେଟର ଅଶ୍ୱନି ସୁନ୍ଦରାୟ, ସ୍ତମ୍ଭକାର ବନ୍ଦନା ହରିଚନ୍ଦନ , ପ୍ରଫେସର ଜ୍ଞାନେନ୍ଦ୍ର ପଲାଇ ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ର ବିଭିନ୍ନ କ୍ଷେତ୍ରରେ ସୁନାମର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସେବା ସମ୍ମାନ ୨୦୨୨ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଶହେ ରୁ ଉର୍ଦ୍ଧ ଅସହାୟ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝା ସଂଯୋଜନା କରିଥିବା ସମୟରେ ପରିଚାଳନା କରିଥିଲେ ସଂଗଠନ ର ସଭାପତି ଚିତ୍ତରଂଜନ ଦାଶ ।

