Site icon Awaj Media

ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ ପକ୍ଷରୁ ପ୍ରଥମ ନଲେଜ ସେଣ୍ଟର ସମ୍ମିଳନୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଅରୁଣୋଦୟ ମାର୍କେଟ ସ୍ଥିତ ଓକେସିଏଲ ଏଲସି ଓଡ଼ିଶା କମ୍ପ୍ୟୁଟର ଏକାଡେମୀ ସଭାଗୃହରେ ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ପକ୍ଷରୁ ପ୍ରଥମ ନଲେଜ ସେଣ୍ଟର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୂଖ୍ୟ ଅତିଥି ଭାବେ ଓକେସିଏଲ ର ଏମଡି ଡଃ ମନୋରଞନ ପୁଥାଲ ସମ୍ମିଳନୀ କୁ ଉଦ୍ଘାଟନ କରି ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଆଲୋଚନା କରିଥିଲେ ! ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହ ଅନୁବନ୍ଧିତ ଏହି କମ୍ପ୍ୟୁଟର କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ ରେ ଅଧିକୃତ ଶିକ୍ଷା କେନ୍ଦ୍ରରେ ଶିକ୍ଷାଦାନ କରି ଆସୁଛି । ପୋଗ୍ରାମ ମ୍ୟାନେଜର ସୁଶାନ୍ତ ଜେ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଓସିଏ ର ଏମ୍ ଡି ସୂଯ୍ୟନାରାୟଣ ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିଲେ , ସମ୍ମିଳନୀରେ ୮୯ ଜଣ କଲେଜ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ୪୦ରୁ ଅଧିକ କଲେଜର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସମ୍ମିଳନୀରେ କଟକ ଜିଲ୍ଲାର ଦୁଇ କଲେଜ ଯଥା ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜ ଓ ମହିଳା ମହାବିଦ୍ୟାଳୟ ଓକେସିଏଲ ଅଧିକୃତ ନଲେଜ ସେଣ୍ଟର ପାଇଁ ଏମଓୟୁ ସ୍ୱାକ୍ଷରିତ କରିଥିଲେ । ସଭାରେ ଓସିଏ କମ୍ପ୍ୟୁଟର ର ସମସ୍ତ କର୍ମକର୍ତ୍ତା ଓ ବାଙ୍କୀ ଶାଖାର ପରିଚାଳନା ନିର୍ଦ୍ଦେଶକ ଦେବୀଦତ୍ତ ବିଭୂତିରାୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

Exit mobile version