Site icon Awaj Media

ଅଂଶୁପା ରେ ଡମପଡା ବ୍ଲକ କଂଗ୍ରେସ ସମ୍ମିଳନୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡ଼ା ବ୍ଳକ ଅନ୍ତର୍ଗତ ଢଁସର ଗ୍ରାମ ପଂଚାୟତର କଂଗ୍ରେସ କର୍ମୀ ମାନଙ୍କର ଏକ କର୍ମୀ ସମ୍ମିଳନୀ ସ୍ଥାନୀୟ ଅଂଶୁପା ହ୍ରଦ ନିକଟରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସଭାପତି ଧନେଶ୍ୱର ସ୍ୱାଇଁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ କଂଗ୍ରେସ ସଭାପତି ଅସୀତ ବରଣ ପଟ୍ଟନାୟକ, ଉପସଭାପତି ବାବୁଲି ଦଳେଇ, ମହିଳ ନେତ୍ରୀ କୁନୀ ପ୍ରଧାନ, ନକୁଳ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପଂଚାୟତ ସ୍ତରରେ କର୍ମୀମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିବା ବେଳେ ଦୁର୍ନିତିକୁ ତିବ୍ର ମାତ୍ରାରେ ବିରୋଧ କରିବା ପାଇଁ କର୍ମୀମାନେ ବ୍ଲକ କଂଗ୍ରେସର ଦୃଷ୍ଟି ଆକର୍ଷଣ କରିଥିଲେ ! ବ୍ଲକ କଂଗ୍ରେସ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି । ବ୍ଲକ ଏବଂ ତହସିଲ ସ୍ତରରେ ଜନସାଧାରଣ ଯେପରି ନ୍ୟାୟ ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦଳ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଗଦାଧର ପ୍ରଧାନ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ତ୍ରିନାଥ ପ୍ରଧାନ, ୱାର୍ଡ ସଭ୍ୟ ଅର୍ଜୁନ ପ୍ରଧାନ, ରବିନ୍ଦ୍ର ପଣ୍ଡା, ଭିକାରୀ ଲେଙ୍କାଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

Exit mobile version