Site icon Awaj Media

ମା ଦ୍ବାରା ଅବହେଳିତ ଶିଶୁକୁ ଉଦ୍ଧାର କଲା ପ୍ରଶାସନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମା ତାର ନବଜାତ ଶିଶୁକୁ ସାଙ୍ଗରେ ନେଇ , ପାରଳାଖେମୁଣ୍ଡି ସହରର ପେଲେସ୍ ଷ୍ଟ୍ରିଟ୍ ସ୍ଥିତ ରାମଲିଙ୍ଗେଶ୍ବର ମନ୍ଦିର ଆଗରେ ଭିକ ମାଗୁଥିଲା, ଏପରିକି ଶିଶୁଟିକୁ ନେଇ ବର୍ଷାରେ ଓଦା ହୋଇ ବାହାରେ ବୁଲିବା, ଶୀତ କାକରରେ ବାହାରେ ଧରି ଭିକ ମାଗିବା ଏବଂ ଟାଣ ଖରାରେ ପିଲାଟାକୁ ଛାଡ଼ି ବାହାରେ ବୁଲିବା ବିଭିନ୍ନ ଗୋଷ୍ଠୀର ଲୋକଙ୍କ ନଜରକୁ ଆସିଥିଲା । ଯାହା ଦ୍ବାରା କି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲଡ଼ଲାଇନ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ମା ଏବଂ ଶିଶୁକୁ ସ୍ବଧାର ଗୃହରେ ରଖି ସମସ୍ତ ଦାୟିତ୍ବ ନେବା କଥା ବାରମ୍ବାର ବୁଝାଇବା ସତ୍ତ୍ବେ ମା ଦ୍ବାରା ଶିଶୁଟି ଅବହେଳିତ ହୋଇ ଆସୁଥିଲା ! ଯା ଦ୍ବାରା ପିଲାଟିର ସ୍ବାସ୍ଥ୍ୟ ଭଲ ନଥିବା ଜଣା ପଡ଼ୁଥିଲା । ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଶିଶୁଟିକୁ ମା ପାଖରୁ ଆଣି ତାର ସ୍ବାସ୍ଥ୍ୟବସ୍ଥା ଏବଂ ଯତ୍ନ ଦେବା ଲାଗି କାର୍ଯ୍ୟ ଆରମ୍ଭ କରିଛି । ଶିଶୁଟି ବର୍ତ୍ତମାନ ପ୍ରଶାସନର ତତ୍ତ୍ବାବଧାନରେ ଅଛି ।

Exit mobile version