Site icon Awaj Media

ଜିଲ୍ଲାରେ ଆତଙ୍କ ଖେଳାଇଛି ଚର୍ମବିଣ୍ଡି ରୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆତଙ୍କ ଖେଳାଇଛି ଚର୍ମବିଣ୍ଡି ରୋଗ । ଗଜପତିରେ ଗାଈ ଗୋରୁ ମାନେ ଏହି ଚର୍ମବିଣ୍ଡି ରୋଗର ଶିକାର ହେଉ ଥିବାରୁ ଗୋ ପାଳକମାନେ ଚିନ୍ତାରେ ପଡିଛନ୍ତି। ଏହି ରୋଗରେ ଆକ୍ରାନ୍ତ ଗାଇ ଗୋରୁଙ୍କ ଦେହରେ ପ୍ରଥମେ ଆବୁ ଭଳି ଫୋକା ଫୋକା ଦେଖାଯାଏ ପରେ ଏହା ଘା ସୃଷ୍ଟି ହୃଏ, ଫଳରେ ଗାଈ ଗୋରୁ ମାନେ ଖାଦ୍ୟ ଖାଇବା ଛାଡ଼ି ଦିଅନ୍ତି ଓ ମୃତ୍ୟୁ ମୁଖରେ ପଡ଼ନ୍ତି। ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଆକ୍ରାନ୍ତ ଗାଈଗୋରୁଙ୍କ ସଂଖ୍ୟା ୮୦ କୁହାଯାଉଥିଲେ ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କହିଛନ୍ତି ଚାଷୀ ତଥା ଗୋ ପାଳକ ମାନେ ।ଗାଈଗୋରୁଙ୍କ ପାଇଁ ଏବେ ବିପଦ ସାଜିଛି ଚର୍ମବିଣ୍ଡି ରୋଗ । ପୂର୍ବରୁ ଅନ୍ୟ ରାଜ୍ୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରୋଗ ବ୍ୟାପି ଥିବା ବେଳେ ଏହା ଏବେ ଗଜପତି ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଗୋଷାଣୀ, କାଶୀନଗର, ଗୁମ୍ମା, ରାୟଗଡ ଏବଂ ନୂଆଗଡ ଆଦି ବିଭିନ୍ନ ବ୍ଲକରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଗୋ ପାଳକମାନେ ଚିନ୍ତାରେ ପଡିଛନ୍ତି । ଏହି ରୋଗରେ ପୀଡିତ ଗାଇଗୋରୁଙ୍କ ଚମଡା ରେ ଫଳି ଯାଉଥିବାବେଳେ ଗୋଡଗୁଡ଼ିକ ଫୁଲି ଯାଉଛି । ଏହାପରେ ଗାଈମାନେ କୌଣସି ଖାଦ୍ୟ ଗ୍ରହଣ କରୁ ନ ଥିବା ଯୋଗୁଁ ସେମାନେ ଅତ୍ୟନ୍ତ ଦୁର୍ବଳ ହୋଇପଡୁଛନ୍ତି । ହେଲେ ପଡୋଶୀ ଆନ୍ଧ୍ରରେ ରୋଗ ବ୍ୟାପିବା ପରେ ଗୋ ଚାଲାଣ ଓ ବିକ୍ରିରେ ରୋକ ଲଗାଇବା ସହ ପ୍ରାଣୀ ଧନ ବିଭାଗ ଭକ୍ସିନେସନ କାର୍ଯ୍ୟ ଜାରି ରହିଛି ।ଏଥିସହ ଆକ୍ରାନ୍ତ ଗାଈଗୋରୁଙ୍କୁ ସଙ୍ଗରୋଧରେ ରଖିବା ସହ ତୁରନ୍ତ ଚିକିତ୍ସା କରାଗଲେ ସୁସ୍ଥ ଲାଭ କରିବେ। ତେଣୁ ଏଥିପ୍ରତି ଆତଙ୍କିତ ନ ହେବା ପାଇଁ ଆହ୍ବାନ ଦେବା ସହ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ କୁହା ଯାଇଛି । ଅନ୍ୟପକ୍ଷରେ ଏହି ଚର୍ମବିଣ୍ଡି ସଂକ୍ରମଣରେ ଶିକାର ହୋଇଥିବା ଗାଇଗୋରୁ ମାଲିକ ମାନେ କହିଛନ୍ତି ଯେ, ପ୍ରାଣୀଧନ ବିଭାଗ ପକ୍ଷରୁ ସ୍ୱଳ୍ପ କେତେକ ଔଷଧ ମାଗଣାରେ ଦେଉଥିବା ବେଳେ ବହୁମାତ୍ରାରେ ଔଷଧ ବାହାରୁ କ୍ରୟ କରିବାକୁ ପଡୁଛି । ଯାହାକି ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବାର ଚାଷିକୁଳ ଅଭିଯୋଗ କରିଛନ୍ତି ।

Exit mobile version