Site icon Awaj Media

ପିକପ ଭ୍ୟାନ ଧକା ରେ ଆରଟିଓ କର୍ମଚାରୀ ଙ୍କ ମୃତ୍ୟୁ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଚଣ୍ଡିଖୋଲ ପାରାଦ୍ୱୀପ 53 ନମ୍ବର ଜାତୀୟ ରାଜପଥ ବଳଭଦ୍ରପୁର ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ପିକପ ଭ୍ୟାନ ଧକ୍କାରେ ଆରଟିଓ କର୍ମଚାରୀ ଙ୍କ ମୃତ୍ୟୁ ! ସୂଚନା ମୁତାବକ ଆଜି ଭୋର ସମୟରେ କେନ୍ଦ୍ରାପଡ଼ା ଆରଟିଓ ପକ୍ଷରୁ ଗାଡି ଯାଞ୍ଚ କରାଯାଉଥିବା ସମୟରେ , କର୍ମଚାରୀ ପ୍ରବୀର କୁମାର ମହାପାତ୍ରଙ୍କୁ ଏକ ପିକପ ଭ୍ୟାନ ଧକା ଦେଇ ଘଟଣା ସ୍ଥଳରୁ ଖସି ଚାଲି ଯାଇଥିଲା । ଯାହା ଫଳରେ ପ୍ରବୀରଙ୍କର ମୃତ୍ୟୁ ଘଟିଥିଲା । ଅପରପଟେ ଚାନ୍ଦା ଆଦାୟ କରିବା ନେଇ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆରଟିଓ ପ୍ରମୋଦ କୁମାର ସାହୁ ।

Exit mobile version