Site icon Awaj Media

ରାସ୍ତାପାର୍ଶ୍ଵ ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ବର୍ଷା ଫାଉଣ୍ଡେସନ ସଦସ୍ୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ରାସ୍ତା ପାର୍ଶ୍ଵ ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ବର୍ଷା ଫାଉଣ୍ଡେସନ ର ସଦସ୍ୟ ! ପୁରୁଣା ଭୁବନେଶ୍ୱର ଅଞ୍ଚଳର ସାମାଜିକ ସଂଗଠନ ବର୍ଷା ଫାଉଣ୍ଡେସନ ତରଫରୁ ରାଜରାସ୍ତା ପାର୍ଶ୍ବରେ ଫୁଟପାଥ ରେ ଶୋଇଥିବା ଅସହାୟ ମାନଙ୍କୁ କମ୍ବଳ ପ୍ରଦାନ କରାଯାଇଛି ! ସମଗ୍ର ରାଜ୍ୟରେ ଶୀତର ପ୍ରଭାବ ବଢୁଥିବା ସମୟରେ , ସଂଗଠନର ସାଧାରଣ ପରିଷଦ ବୈଠକରେ ସ୍ଥିରୀକୃତ ପ୍ରସ୍ତାବ ଅନୁଯାୟୀ ଆଜି ଅନୁଷ୍ଠାନର ସଦସ୍ୟ ମାନେ ମାଷ୍ଟର କ୍ୟାଣ୍ଟିନ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପାଖରେ ରହୁଥିବା ଲୋକମାନଙ୍କୁ କମ୍ବଳ ଦେଇଛନ୍ତି ! ରାତି ପ୍ରାୟ ଦଶଟା ସମୟରେ ସଂଗଠନର ପରିଚାଳନା ମୁଖ୍ୟ ବର୍ଷା ଦାସ , ସକ୍ରିୟ ସଭ୍ୟ ସନ୍ଧ୍ୟାରାଣୀ ବିଶୋଇ , ପ୍ରଦୀପ ଦାସ , ଅଜୟ ସାହୁ , ପ୍ରଦୀପ କୁମାର ଖଣ୍ଡୁଆଳ , ଭେଙ୍କଟ ରାଓ , ପ୍ରିୟଙ୍କା ସାହୁ , କବିନ୍ଦ୍ର ପରିଡା ଏବଂ ସୁଦେସ୍ନା ପୃଷ୍ଟି ପ୍ରମୂଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ !

Exit mobile version