Site icon Awaj Media

ମୋଟର ସାଇକେଲରୁ ଖସିପଡ଼ି ମା’ ର ମୃତ୍ୟୁ : ଅଳ୍ପକେ ବର୍ତ୍ତିଲା ଛୋଟ ଝିଅ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ଗୋଛାପଡା କୌଣସି କାମରେ ଫୁଲବାଣୀ ସାହି ଅଞ୍ଚଳର ଦିଲ୍ଲୀପ କୁମାର ମହାନ୍ତି , ତାଙ୍କ ସ୍ତ୍ରୀ କିରଣବାଳା ପଟ୍ଟନାୟକ ଏବଂ ଝିଅ ଯାଉଥିବା ବେଳେ ଲୋହରାସାହି ନିକଟରେ ଦିଲ୍ଲୀପଙ୍କ ସ୍ତ୍ରୀ ଆପାଚି ମୋଟର ସାଇକେଲରୁ ଖସି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଏକ ଅଟୋ ରିକ୍ସା ଯୋଗେ ଆଣି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସୌଭାଗ୍ୟ କ୍ରମେ ସେ ଧରିଥିବା ଦେଢ ବର୍ଷର ଝିଅକୁ କୌଣସି ଆଘାତ ଲାଗିନାହିଁ । ଦିଲ୍ଲୀପଙ୍କ ଭାଇ ଶ୍ରୀକାନ୍ତଙ୍କ ଏତାଲା ଆଧାରରେ ଗୋଚ୍ଛାପଡା ଥାନାରେ ଏ ନେଇ ୧୭୨/୨୨ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୂନୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମାତ୍ର ୨ ବର୍ଷ ତଳେ କିରଣବାଳା ଓ ଦିଲ୍ଲୀପଙ୍କ ବିବାହ ହୋଇଥିଲା । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ସୁଶୀଲ କୁମାର ବେହେରା କହିଛନ୍ତି ।

Exit mobile version