ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଳ, ଜମି, ଜଙ୍ଗଲ ସୁରକ୍ଷା ଓ ଅଧିକାର ସମେତ ବନବିଭାଗର କାଠ ମାଫିଆ ମାନଙ୍କ ସହ ମଧୂଚନ୍ଦ୍ରିକା ଯୋଗୁଁ ଜଙ୍ଗଲ ଲୁଟ ଓ ମିଥ୍ୟା କାଠ ଚୋରି ଅପରାଧରେ ଗରୀବ ନିରୀହ ଆଦିବାସୀ ମାନଙ୍କୁ ବାରମ୍ବାର ଗିରଫ କରିବା ପ୍ରତିବାଦରେ ଚାଷି ମୂଲିଆ ସଂଘ, ଓଡିଶା ଦ୍ବାରା ବାଣପୁର ବ୍ଲକ ନିଳାଦ୍ରୀ ପ୍ରସାଦ ପଂଚାୟତ ସମ୍ମୁଖରେ ବିରାଟ ଜନ ସମାବେଶ ହୋଇଯାଇଛି ! ସେହିପରି ଦାମିଆ ବରବରା ପଞ୍ଚାୟତ ର ମା’ ବିରଜାଇ ମନ୍ଦିର ପରିସରରେ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ମାନଙ୍କୁ ନେଇ ବାଣପୁର ବ୍ଲକର ଆବାହକ ରମେଶ ଶବର, ଦେବରାଜ ଶବର, ସୁରେନ୍ଦ୍ର ଶବର ସମେତ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନିଜୀବି ଅବନୀ ଗୟା, ରାଜ୍ୟ ସଭାପତି ଗଗନ ମଲ୍ଲିକ ଓ ରାଜ୍ୟ କମିଟି ସଭ୍ୟ ନିରାକାର ନାୟକଙ୍କ ଉପସ୍ଥିତିରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ରେ ପ୍ରାୟ ୩ କିଲୋମିଟର ଯାଏଁ ଆଦିବାସୀ ମାନେ ଲାଲ ପତାକା ଧରି ପଦଯାତ୍ରା କରି ସଭାସ୍ଥଳରେ ପହଞ୍ଚିଥିଲେ । ଏଥିରେ ରାଜ୍ୟ ଓ ଜିଲ୍ଲା ସ୍ଥରୀୟ କର୍ମକର୍ତା ମାନେ ଯୋଗଦେଇ ନିଜ ଅଭିଭାଷଣରେ ବ୍ରିଟିଶ ଶାସନ ସମୟର କଥାମାନ ପ୍ରକାଶ କରିଥିଲେ । ସେ ସମୟରେ ଆଦିବାସୀ ମାନେ ଯେଉଁପରି ନିର୍ଯ୍ୟାତିତ ହେଉଥିଲେ । ଏବେ ସ୍ବାଧିନ ଭାରତରେ ତା ଠାରୁ ଅଧିକ ଅବ୍ୟବସ୍ଥାରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ୨୦୦୬ ରେ ଜଙ୍ଗଲ ସୁରକ୍ଷା ଆଇନ ପାରିତ ହେବାପରେ ମଧ୍ୟ ୨୦୨୨ ରେ ବି ସେମାନଙ୍କର ଅଧିକାର ପାଇ ପାରୁ ନାହାନ୍ତି । ଏଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ପରିବର୍ତ୍ତେ ବିଭିନ୍ନ ପୁଞ୍ଜିପତିକୁ ଜମି ବିକ୍ରୀ କରି ନିଜର ରାଜକୋଷ ପୂରଣ କରୁଛନ୍ତି ବୋଲି ଅଭିଭାଷଣରେ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ସରକାରଙ୍କୁ ସୁଚାଇବା ସଙ୍ଗେ ସଙ୍ଗେ ସତର୍କ କରିବା ସହ ଯଦି ଆଦିବାସୀଙ୍କ ନାର୍ଯ୍ୟ ଅଧିକାର ଓ ଦାବି ପୂରଣ ନହୁଏ । ତେବେ ଆଗାମୀ ଦିନରେ ଆଦିବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ଏପରିକି ରାସ୍ତାରୋକ ଓ ସମସ୍ତ ଅଫିସ୍ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ପ୍ରକାଶ କରିଥିଲେ ।

