Site icon Awaj Media

କନ୍ଧମାଳ ରେ ମାସାନ୍ତ ରବିବାସରୀୟ ସାହିତ୍ୟ ଆସର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବି ଅଜୟ ପଟ୍ଟନାୟକ ଏକ ପୁରାତନ ସଂଗୀତ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉପସ୍ଥିତ ସାହିତ୍ୟିକଙ୍କ ସହିତ ନାଗରିକ ମଞ୍ଚର ଆବାହକ ଅଶୋକ ପରିଡା ସ୍ମୃତି ଦୁଇ ହଜାର ବାଇଶି ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପିକା ଜ୍ୟୋତିର୍ମୟୀ କହଁରଙ୍କ ସଂଯୋଜନାରେ କବି କୈଳାସ ଚନ୍ଦ୍ର ଧଳ, ନବ କିଶୋର ରଥ, ସୋମନାଥ ସାହୁ, ନବୀନ କିଶୋର ପଣ୍ଡା, ବୈଜୟନ୍ତୀ ମାଳା ମହାପାତ୍ର, ବିରାଜିନୀ ମହାପାତ୍ର, ଅଜୟ ପଟ୍ଟନାୟକ, ବି.କେ କମଲ, ଅଶୋକ ମିଶ୍ର, ରବୀନ୍ଦ୍ରନାଥ ମିଶ୍ର, ଦୁର୍ଯ୍ୟୋଧନ ପ୍ରଧାନ, ସୁବାସ ଚନ୍ଦ୍ର ମହାନ୍ତି, ବନବିହାରୀ ନନ୍ଦ, ଅଶୋକ ଭଟ୍ଟ ପ୍ରଭୃତି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version