Site icon Awaj Media

ନୟାଗଡ଼ରେ ବିଶ୍ୱକପ ହକି ‘ ଟ୍ରଫି ‘ କୁ ବିପୁଳ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ନୟାଗଡ଼ ଜିଲ୍ଲାରେ ପ୍ରଥମେ ପ୍ରବେଶ କଲା ପୁରୁଷ ବିଶ୍ବ କପ ହକି ର ଟ୍ରଫି । ଏନେଇ ଟ୍ରଫିକୁ ସ୍ବାଗତ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରଥମେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରୁ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ନୟାଗଡ଼ କଲେଜର ଅଧ୍ୟକ୍ଷ ସୁରେଷ କୁମାର ପ୍ରଧାନ ଓ ଡେପୁଟି କଲେକ୍ଟର ଶୁଭସ୍ମିତା ସେଠୀ ଉପସ୍ଥିତ ଥିଲେ । ପୁରୁଷ ବିଶ୍ବ କପ ହକିକୁ ନୟାଗଡ଼ ଜିଲ୍ଲାର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପାଖରେ ଜିଲ୍ଲାପାଳ ଟ୍ରଫିକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶକ୍ତିକାନ୍ତ ରାୟ , ତହସିଲଦାର ଭିକାରି ସାହୁ, ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ମାସ୍କଟ ସହ ବିଶ୍ବକପ ହକିକୁ ଏକ ସ୍ବତନ୍ତ୍ର ଗାଡ଼ିରେ ଜଗନ୍ନାଥ ମନ୍ଦିର ନିକଟକୁ ନିଆଯାଇଥିଲା ଏବଂ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।

Exit mobile version