Site icon Awaj Media

ବାଣପୁର ଅନ୍ଧାରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ହଳନ୍ଦା ରାଧା ମୋହନ ଦେବଙ୍କ ମଠ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ର ଅଟେ ! ଏହି ଗୁପ୍ତଲିଳା ରହସ୍ୟ କେଉଁ କାଳରୁ ରହିଛି ! ଖୋର୍ଦ୍ଧା ଜିଲ୍ଲା ବାଣପୁର ହଳନ୍ଦା ଗ୍ରାମ ଯାହାର ପୂର୍ବନାମ ଧାରନ୍ଦା । ଐତିହପୂର୍ଣ୍ଣ ଓଡିଶା ବହୁ ଦେବାଦେବୀଙ୍କର ପୀଠସ୍ଥଳୀ । ବହୁ ସାଧକ, ସଦଗୁରୁ ଏବଂ ପୁରୁଷୋତ୍ତମଙ୍କର ଦିବ୍ୟ ଲୀଳାଭୂମୀ । ଶିଳ୍ପକଳା ଆଦି ସାଂସ୍କୃତିକ ବିଭବର ଗନ୍ତାଘର ପ୍ରାକୃତିକ ବିଭାମଣ୍ଡିତ ହୋଇ ପ୍ରତିଟି ମଣିଷକୁ ଆଧ୍ୟାତ୍ମିକ ଚେତନାରେ ଚେତନାଶୀଳ କରି ଚାଲିଛି କେଉଁ ଆବାହମାନ କାଳରୁ । ସର୍ବୋପରି ବିଶ୍ୱବାସୀଙ୍କ ପାଇଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟଧାମହିଁ ବିଶେଷ ଆକର୍ଷଣୀୟ । ମଣିଷ ଯଦି ଇଷ୍ଟକୈନ୍ଦ୍ରିକ ହୁଏ ସମସ୍ତ ଉପଭୋଗ କରିବାକୁ ଚାହେଁ ତାହାହେଲେ ଏଥିରେ ସାର୍ଥକତା ଉପଲଵ୍ଧ କରିବା ସମ୍ଭବ ହୋଇଉଠେ । ଆଜି ଆମେ କହୁଛୁ ସେହି ହଳନ୍ଦା ରାଧା ମୋହନ ଦେବଙ୍କ ମଠରେ କଥା । ଏଠି ପ୍ରଭୁ ଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ରର ରହସ୍ୟ କେଉଁ କାଳରୁ ରହିଛି । ଏହି କାର୍ଯ୍ୟକ୍ରମ କୋଳଥଡିହ , ସାଲୁଣୀ ଗ୍ରାମରେ ନଗର ପରିକ୍ରମା ନାମ ସଂକିର୍ତ୍ତନ ଓ ହଳନ୍ଦାର ସମସ୍ତ ଗାମବାସୀଙ୍କ ଭକ୍ତି ପୂର୍ଣ୍ଣ ସହଯୋଗ ଓ ଭଗବତ ପ୍ରେମୀଙ୍କ ପ୍ରଚେଷ୍ଟାରେ ସମାହିତ ହୋଇଥିଲା ! ଶେଷରେ ପାର୍ଥ ସାରଥୀ ମହାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାବାଦର୍ଶ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାରରୁ ଅଧିକ ଭକ୍ତ ଯୋଗ ଦେଇଥିଲେ !

Exit mobile version