Site icon Awaj Media

ଚିଲିକା ରେ ସରିଲା ଡ଼ଲଫିନ ଗଣନା : ୩ ଦିନ ଧରି ଚାଲିଥିଲା ଗଣନା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୩ ଦିନ ଧରି ଚାଲିଲା ଚିଲିକାରେ ଡ଼ଲଫିନ ଗଣନା । ବାଲୁଗାଁ ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ, ସ୍ଵେଚ୍ଛାସେବୀ, ଓୟଏଟି ଛାତ୍ରଛାତ୍ରୀ ସମେତ ମୋଟର ବୋଟ ଆସୋସିଏସନ କର୍ମଚାରୀ ମାନେ ଏହି କାର୍ଯ୍ୟରେ ସାମିଲ ଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ କେତେ ସଂଖ୍ୟାରେ ଡ଼ଲଫିନ ଅଛନ୍ତି ତାହା ହଁ ଜାଣିବା ପାଇଁ କରାଯାଇଥିଲା ଗଣନା । ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ ବିଭାଗ ଆସିଷ୍ଟାଣ୍ଡ କଞ୍ଜରଭେଟର ଅଫ ଫରେଷ୍ଟ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ନେତୃତ୍ୱରେ ବାଲୁଗାଁ ଚିଲିକା କୂଳ ସ୍ଥିତ ବନ୍ୟପ୍ରାଣୀ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା ! ଏହି ଗଣନା କାର୍ଯ୍ୟ ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ର ଆସିଷ୍ଟାଣ୍ଡ କଞ୍ଜରଭେଟର ଅଫ ଫରେଷ୍ଟ ବିନୋଦ ଆଚାର୍ଯ୍ୟ, ବରିଷ୍ଠ ବୈଜ୍ଞାନିକ ପ୍ରଦୀପ୍ତ ରଂଜନ ମୁଦୁଲିଙ୍କ ସହ ଚିଲିକା ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ, ଅଭିଜ୍ଞ ସ୍ଵେଚ୍ଛାସେବୀ, ଓୟୁଏଟି ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ମୋଟର ବୋଟ ଆସୋସିଏସନ କର୍ମଚାରୀମାନେ ସାମିଲ ଥିଲେ । ସମୁଦାୟ ୧୮ ଟି ଟିମ ନିୟୋଜିତ ହୋଇଥିବା ବେଳେ ବାଲୁଗାଁ ବନ୍ୟ ପ୍ରାଣୀ ରେଞ୍ଜ ରେ ୧୦ଟି ଓ ପୁରୀ ଜିଲ୍ଲାର ସାତପଡ଼ା ରେଞ୍ଜ ରେ ୮ଟି ଟିମ ଗଣନା କାର୍ଯ୍ୟ ରେ ନିୟୋଜିତ ହୋଇଥିଲେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିଥିବା ନେଇ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିଲିକା ନୀଳ ଜଳରାଶିରେ ବିରଳ ଇରାବାଡୀ ପ୍ରଜାତିର ଡ଼ଲଫିନ ଦେଖା ଯାଉଥିବା ବେଳେ ସାତପଡ଼ା ମୁହାଁଣ ଅଂଚଳରେ ବଟର ରୋଜ ପ୍ରଜାତିର ଡ଼ଲଫିନ ଦେଖା ଦେଇଥାନ୍ତି । ଗତବର୍ଷ ଚିଲିକାରେ ୧୬୪ଟି ଡ଼ଲଫିନ ଦେଖା ଦେଇଥିବା ବେଳେ ଚଳିତ ବର୍ଷ ଜିପିଏସ ମାଧ୍ୟମରେ ଗଣନା କାର୍ଯ୍ୟ କରାଯାଇଛି ।

Exit mobile version