Site icon Awaj Media

ବାପା ମୋତେ ଜଲଦି ଭଲ କରିଦିଅ – ମୁଁ ସ୍କୁଲ ଯିବି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ପିଲାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ! ଅନୁଗୁଳ ଜିଲ୍ଲା ସରଧାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାମିମୁଣ୍ଡା ଗ୍ରାମର ସନ୍ତୋଷ ନାଏକ ଙ୍କ ଦୁଇ ପୁଅ ଏବଂ ଝିଅ ପ୍ରାୟ ଚାରି ବର୍ଷ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି l ଏପଟେ ଅର୍ଥ ଅଭାବରୁ ଦୁଇ ପିଲାଙ୍କର ଚିକିତ୍ସା ହୋଇ ପାରୁନାହିଁ ବୋଲି ସନ୍ତୋଷ କହିଛନ୍ତି ! କାରଣ ସନ୍ତୋଷ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି , ଯାହାଫଳରେ ପିଲାଙ୍କର ଚିକିତ୍ସା କରାଇବା ପାଇଁ ଅସମର୍ଥ ମନେ କରୁଛନ୍ତି l ଏପଟେ ଝିଅ ଟିର ଗୋଡ଼ ଟି ବଙ୍କା ହୋଇ ଯାଇଥିବା ଯୋଗୁଁ ସେ ଠିକ ଭାବରେ ଚାଲି ପାରୁନାହିଁ , କି ସ୍କୁଲ କୁ ପାଠ ପଢିବା ପାଇଁ ଯାଇ ପାରୁନାହିଁ l ଝିଅ ପ୍ରତ୍ୟେକ ଦିନ ବାପା ଙ୍କୁ ପଚାରୁଛି , ବାପା ମୁଁ କେବେ ଭଲ ହେବି l ପରିବାରରେ ଦୁଇଟି ଛୁଆ ଅଜଣା ରୋଗ ରେ ପୀଡିତ ହେବା ଫଳରେ ସନ୍ତୋଷ ଭାଙ୍ଗି ପଡିଛନ୍ତି l ପରିବାରର ପ୍ରତିପୋଷଣ ପାଇଁ ଆର୍ଥିକ ସମ୍ବଳ ନଥିବା ବେଳେ ଦୁଇ ପୁଅ ଏବଂ ଝିଅ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ l ଏ ନେଇ ସ୍ଥାନୀୟ ସରପଞ୍ଚ ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ପ୍ରତିଶୃତି ହିଁ ପାଣିର ଗାର ବୋଲି କୋହଭରା କଣ୍ଠ ରେ କହିଛନ୍ତି ବାପା ସନ୍ତୋଷ l

Exit mobile version