Site icon Awaj Media

ବାଲୁଗାଁ ତୋଟାପଡା ଗ୍ରାମରେ ଜନ୍ମ ନେଲା ଅଜବ ବାଛୁରୀ ଛୁଆ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ଗ୍ରାମ ପଞ୍ଚାୟତ ତୋଟାପଡା ଗ୍ରାମରେ ଏକ ଅଜବ ବାଛୁରୀ ଛୁଆ ଜନ୍ମ ହୋଇଥିବାର ଦେଖିବାକୁ ମିଳିଛି l ତୋଟାପଡା ଗ୍ରାମର ରଞ୍ଜୁଲତା ବିଶୋଇଙ୍କ ଘରେ ଆଜି ସକାଳ ସମୟରେ ଏକ ଅଜବ ବାଛୁରି ଛୁଆ ଜନ୍ମ ନେଇଛି l ବାଛୁରୀର ମୁହଁକୁ ଦେଖିଲେ ଲାଗୁଛି ସତେ ଯେମିତି ମାଙ୍କଡ଼ ମୁହଁ ଭଳି । ପ୍ରକୃତିର ନିୟମକୁ କେହି ବି ଅଲଗା ବଦଳାଇ ପାରିବେନି ଏହା ନିରାଟ ସତ୍ୟ । ଏଭଳି ଅଜବ ବାଛୁରୀ ଛୁଆକୁ ଦେଖିବା ପାଇଁ ଗ୍ରାମର ଆଖ ପାଖ ଲୋକମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି !

Exit mobile version