Site icon Awaj Media

ରାଜ୍ୟ ସରକାରଙ୍କ ଉପରେ ବାଣପୁରରେ ବର୍ଷିଲେ ଜେପି ନଡ୍ଡା : ଆୟୁଷ୍ମାନ ଯୋଜନାରୁ ବଞ୍ଚିତ ହୋଇଛନ୍ତି ୬୦ ଲକ୍ଷ ଲୋକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ଗ୍ରସ୍ତରେ ଆସି ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟଣ ପଡିଆ ଠାରେ ପହଞ୍ଚିଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା । ରାଜ୍ୟ ସରକାରଙ୍କୁ ଆଙ୍ଗୁଠି ନିର୍ଦ୍ଦେଶ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଶ୍ରୀ ନଡ୍ଡା ରାଜ୍ୟ ସରକାର ଉପରେ ବର୍ଷିଥିଲେ । କେନ୍ଦ୍ର ସରକାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଉଥିବା ବେଳେ ତାହାକୁ ରାଜ୍ୟ ସରକାର ନାମ ବଦଳାଇ ବିଜୁ ପକ୍କା ଘର ଯୋଜନା ନାମରେ ଦେଇ ବାହାବାହା ନେଉଛନ୍ତି । ଠିକ୍ ସେହିପରି କେନ୍ଦ୍ର ଦେଉଥିବା ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ ନକରିବା କୁ ନେଇ ରାଜ୍ୟ ସରକାରଙ୍କୁ ଶ୍ରୀ ନଡ୍ଡା ସମାଲୋଚନା କରିଥିଲେ । ଓଡ଼ିଶାରେ ଗରିବ ଲୋକମାନେ ପରିବାର ପ୍ରତିପୋଷଣ ପାଇଁ ଠିକ୍ ଭାବେ କାମ ଟିକିଏ ପାଉ ନଥିବାବେଳେ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ଏପରିକି ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଥିଲେ ନଡ୍ଡା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ନିମନ୍ତେ ଚାହୁଁଥିବା ବେଳେ ରାଜ୍ୟ ସରକାର ଏଥିରୁ କାହିଁକି ବଞ୍ଚିତ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇବା ସହ ୬୦ ଲକ୍ଷ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସେହି ପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ଵରୀ , ରାଷ୍ଟ୍ରୀୟ ମୁଖପାତ୍ର ଡା ସମ୍ବିତ ପାତ୍ର , ପୁରୀ ପ୍ରଭାରି ଅମିୟ ଦାସ , ଭୃଗୁ ବକ୍ସିପାତ୍ର , ରଶ୍ମି ରଞ୍ଜନ ମହାପାତ୍ର , ଶଙ୍କର ପରିଡା , ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ଜୟନ୍ତ ଷଡ଼ଙ୍ଗୀ , ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ , ଇରାନୀ ରାୟ , ପୂର୍ବତନ ବିଧାୟକ ଡଃ ବିଭୁତି ଭୁଷଣ ହରିଚନ୍ଦନ , ଆଶ୍ରୀତ ପଟ୍ଟନାୟକ, ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ , ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ , ଉପାସନା ମହାପାତ୍ର , ଚିଲିକା ବ୍ଳକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରା ପ୍ରମୁଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏହି ସଭାକାର୍ଯ୍ୟ କୁ ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ସଞ୍ଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Exit mobile version