କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆଜି ମନେ ପଡନ୍ତି ଓଡ଼ିଆ କବି ଭକ୍ତ କବି ମଧୁସୂଦନ ରାଓ , ଯେ କି ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଏବଂ ଓଡ଼ିଆ ଭାଷା ର ପ୍ରଥମ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି, ସାହିତ୍ୟିକ, ପଣ୍ତିତ, ସୁସଂଠକ ଓ ସମାଜ ସଂସ୍କାରକ । ତାଙ୍କ ଲେଖନୀ ନିଶୃତ ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା, କୁସୁମାଞ୍ଜଳି, ପ୍ରବନ୍ଧ ମାଳା, କବିତାବଳୀ ଓ ସୁଖ ବୋଧ ଅଭିଯାନ ପ୍ରଭୁତି ଚିର ଅମର ! ଏ ସବୁ ଅମ୍ଲାନ କୀର୍ତ୍ତୀ ର ସ୍ରଷ୍ଟା ଙ୍କର ୧୧୦ ତମ ଶ୍ରାଦ୍ଧ ଉତ୍ସବ ରେ କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ , ପଟଣା ତରଫରୁ ବ୍ରହ୍ମ ମୁହୂର୍ତ୍ତରେ ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ଭବନରେ ପ୍ରତିଷ୍ଠାନର ସମ୍ପାଦକ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଭକ୍ତ କବି ମଧୁସୂଦନ ରାଓଙ୍କ ୧୧୦ ତମ ଶ୍ରାଦ୍ଧ ଉତ୍ସବ ପାଳିତ !!!

